ଟାଙ୍ଗୀ: ଟାଙ୍ଗୀ-ଚୌଦ୍ବାର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକକୁ ନୂତନ ଭାବେ ଚୟନ କରାଯାଇଥିବା ‘ଆତ୍ମା’ ଅଧ୍ୟକ୍ଷଙ୍କୁ ଡକାନଯିବା ଘଟଣାରେ ହାଙ୍ଗାମା କରିଛନ୍ତି ବିଜେପି ନେତା। ଆଠଗଡ଼ର ବିଜେପି ନେତା ଅଭୟ ବାରିକ ଓ ଟାଙ୍ଗୀ-ସାଲେପୁରର ବିଜେପି ନେତା ଅରିନ୍ଦମ ରାୟ ଆଜି ସେମାନଙ୍କର ସମର୍ଥକଙ୍କ ସହିତ ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବିଡିଓ ଏନ୍.ଏନ୍.ରାଜଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ଏବିଡିଓ ଶାଶ୍ବତ ଜେନା ବିଜେପି ନେତାଙ୍କୁ ସାମନା କରିବା ସମୟରେ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ବର୍ଷାରାଣୀ ବେହେରାଙ୍କୁ ବିଜେପି ନେତା ଅଭୟ ବାରିକ ସମସ୍ତଙ୍କ ଉପସ୍ଥିତିରେ ଅଜ୍ଞାନୀ କହିବା ସହ ତାଙ୍କୁ ଭର୍ତ୍ସନା କରିଥିଲେ।
ସୌଜନ୍ୟ ସମ୍ବାଦ

