MGL Announces Price Hike: ମୁମ୍ବାଇରେ ସିଏନ୍‌ଜି ୨ ଟଙ୍କା ମହଙ୍ଗା: ଘୋଷଣା କଲା ଏମ୍‌ଜିଏଲ୍

ମୁମ୍ବାଇ: ରାଷ୍ଟ୍ରାୟତ୍ତ ଗ୍ୟାସ୍ ବିତରକ ମହାନଗର ଗ୍ୟାସ୍ ଲିମିଟେଡ୍ (ଏମ୍‌ଜିଏଲ୍) ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍(ଏମ୍ଏମ୍ଆର)ରେ ସିଏନ୍‌ଜିର ମୂଲ୍ୟ ବୃଦ୍ଧି କରିଥିବା ନେଇ ଗୋଷଣା କରିଛି। ଖୁଚୁରା ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ୍ ପିଛା ୨ ଟଙ୍କା ବୃଦ୍ଧି ପାଇଛି। ମୁମ୍ବାଇ, ଥାଣେ, ନଭି ମୁମ୍ବାଇ ଏବଂ ଏମଏମଆରର ଅନ୍ୟାନ୍ୟ ସ୍ଥାନରେ ସିଏନ୍‌ଜିର ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ ୮୬ ଟଙ୍କା ହୋଇଛି। ଶେଷ ଥର ପାଇଁ ମୂଲ୍ୟ ପରିବର୍ତ୍ତନ ମେ’ ୧୪ ତାରିଖରେ ହୋଇଥିଲା, ଯେତେବେଳେ ଦର କିଲୋଗ୍ରାମ ପ୍ରତି ୨ ଟଙ୍କା ବୃଦ୍ଧି କରାଯାଇଥିଲା।

ସାର୍ବଜନୀନ ପରିବହନ ଯାନର ପରିଚାଳନା ଖର୍ଚ୍ଚ ବୃଦ୍ଧି

ଏମ୍‌ଜିଏଲ୍ ବର୍ତ୍ତମାନ ମୁମ୍ବାଇ, ଥାଣେ, ନଭି ମୁମ୍ବାଇ, କଲ୍ୟାଣ, ରାୟଗଡ଼, ରତ୍ନଗିରି, ଚିତ୍ରଦୁର୍ଗ, ଦାଭାଙ୍ଗେରେ, ଲାଟୁର ଏବଂ ଓସମାନବାଦକୁ ସିଏନ୍‌ଜି ଯୋଗାଣ କରୁଛି। ଏହି ବୃଦ୍ଧି ସିଏନ୍‌ଜି ଉପରେ ନିର୍ଭର କରୁଥିବା ବ୍ୟକ୍ତିଗତ ଯାନ ମାଲିକ, ଟ୍ୟାକ୍ସି ଏବଂ ସାର୍ବଜନୀନ ପରିବହନ ଯାନର ପରିଚାଳନା ଖର୍ଚ୍ଚ ବୃଦ୍ଧି କରିବ।

 

 

 

ସୌଜନ୍ୟ ସମ୍ବାଦ