ବାରିପଦା: ପୁଲିସ କୁ ଖାତିରି ନାହିଁ। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମାଡ଼ପିଟ ଓ କାର ଭଙ୍ଗାରୁଜା କରିଛନ୍ତି। ବାରିପଦା ଟାଉନ ଥାନା କ୍ୟାମ୍ପସ ଭିତରେ ଆଜି ସନ୍ଧ୍ୟାରେ ଏକ ପ୍ରକାର ରଣ କ୍ଷେତ୍ର ପାଲଟିଥିଲା।
ସୂଚନାନୁସାରେ, ବାରିପଦାରୁ କିଛି ଯୁବକ ଲୁଲୁଙ୍ଗ ଆଡ଼କୁ ବୁଲି ଯାଇ ଫେରୁଥିବା ବେଳେ ସେମାନଙ୍କ ସହ ଧନପୁର ଅଞ୍ଚଳର କିଛି ଯୁବକଙ୍କ ସହ ପୋଡ଼ା ଅସ୍ତିଆ ନିକଟରେ ପାଟିତୁଣ୍ଡ ହୋଇଥିଲା। କାର ଚାଳକ ସେଠାରୁ ଖସି ଆସିଥିବା ବେଳେ ସେହି ଯୁବକମାନେ ସେମାନଙ୍କୁ ତିନି ଚାରି ବାଇକ୍ ରେ ପିଛା କରି ଗୋଡ଼ାଇ ଥିଲେ। ବାଇକରେ ଥିବା ଯୁବକମାନେ କାର୍କୁ ଜଗନ୍ନାଥ ମନ୍ଦିର ପାଖରେ ଅଟକାଇ ଥିଲେ। କାର୍ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍ ଟିକୁ ଭାଙ୍ଗି ଦେଇଥିଲେ।
କାର୍ରେ ଥିବା ଯୁବ ମାନେ ଜୀବନ ବିକଳରେ କାର ଧରି ଟାଉନ ଥାନା ଭିତରକୁ ପଶି ଯାଇଥିଲେ। ଉକ୍ତ ଯୁବକମାନେ ପୁଣି ସେମାନଙ୍କୁ ପିଛା କରି ସିଧା ଥାନା ଭିତରକୁ ଧସେଇ ପଶି କାର ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କାର ଚଲକ୍ ଓ ଅନ୍ୟ ମାନଙ୍କୁ ଆକ୍ରମଣ କରିଥିବା କିଛି ଯୁବକଙ୍କୁ ପୁଲିସ ଅଟକ ରଖିଛି।
ଉପସ୍ଥିତ ପୁଲିସମାନେ କିଛି ବୁଝିବା ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ମରାମରି ହୋଇ ଯାଇଥିଲେ ଏବଂ କିଛି ସମୟ ଧରି ଥାନା ସମ୍ମୁଖରେ ରଣକ୍ଷେତ୍ର ପାଲୋଟିଥିଲା ।ପୁଲିସ ଦୁଇ ଗୋଷ୍ଠୀ ମଧ୍ୟରୁ କିଛି ଯୁବକଙ୍କୁ ଅଟକ ରଖିଛନ୍ତି।
ସୌଜନ୍ୟ ସମ୍ବାଦ

