Tiger Attacks: ମହାବଳ ବାଘ ଆକ୍ରମଣରେ ଯୁବକ ମୃତ

ଯଶିପୁର: ଯଶିପୁର ବ୍ଲକ ଶିମିଳିପାଳ ବନାଞ୍ଚଳ ବେଷ୍ଟିତ ଏକତାଳି ପଞ୍ଚାୟତ କୁମୁଡ଼ା ବାଡ଼ି ବନ୍ଧ ପାଖରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଖଣ୍ଡିତ ଗୋଡ଼ ଉଦ୍ଧାର। ମହାବଳ ବାଘ ଆକ୍ରମଣ ଜନିତ ଘଟଣl ବୋଲି ସ୍ଥାନୀୟ ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି l
ତୀବ୍ର ଅସନ୍ତୋଷ ସୃଷ୍ଟି
ପାଖ ଗାଁ ବସନ୍ତପୁରର ସାଧୁ ନାଏକ କାଲି ବନ୍ଧ ପାଖ ରାଜାମ ସାହିକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିଲା i ଛେଳି ପାଇଁ ଡାଳ କାଟୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା l ରାତିରେ ଲୋକ ତାକୁ ଖୋଜି ନ ପାଇ ଆଜି ଏଭଳି ଖଣ୍ଡିତ ଗୋଡ଼ ମିଳିଥିଲା I ବନ ବିଭାଗ ରେଞ୍ଜର ଯଶିପୁର, ଆଇ ଆଇ ସି ସ୍ଥାନୀୟ ଜନ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ବାସିନ୍ଦା ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି l ବାଘ ଆକ୍ରମଣଜନିତ ବୋଲି ଅଭିଯୋଗ ହେଉଛି l ପୂର୍ବରୁ ଏ ଅଞ୍ଚଳର ବହୁ ଛେଳିଙ୍କୁ ଆକ୍ରମଣ ହୋଇଥିବା ଘଟଣା ପରେ ଏ ଘଟଣା ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ




