ଦେଶ ବିଦେଶ

BJP Wines: ହିମାଚଳ ପ୍ରଦେଶରେ ୩ ମ୍ୟୁନିସିପାଲ କର୍ପୋରେସନ ଜିତିଲା ବିଜେପି

ହିମାଚଳ ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପୌର ନିର୍ବାଚନରେ ଶାସକ ଦଳ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ହିମାଚଳ ପ୍ରଦେଶର ୪ ମ୍ୟୁନିସିପାଲ କର୍ପୋରେସନ ମଧ୍ୟରୁ ବିଜେପି ୩ଟିରେ ଜିତିଛି।

ସିମ୍‌ଲା: ହିମାଚଳ ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପୌର ନିର୍ବାଚନରେ ଶାସକ ଦଳ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ହିମାଚଳ ପ୍ରଦେଶର ୪ ମ୍ୟୁନିସିପାଲ କର୍ପୋରେସନ ମଧ୍ୟରୁ ବିଜେପି ୩ଟିରେ ଜିତିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ମଣ୍ଡି, ଧର୍ମଶାଳା ଓ ସୋଲନ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଜିତିଥିବାବେଳେ କଂଗ୍ରେସ କେବଳ ପାଲମପୁରରେ ଜିତିବାରେ ସକ୍ଷମ ହୋଇଛି।

ପୌର ନିର୍ବାଚନ ମେ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ମଣ୍ଡିରେ ୧୫ ୱାର୍ଡ଼ରୁ ବିଜେପି ୧୨ଟି ଜିତିଥିବାବେଳେ କଂଗ୍ରେସ ମାତ୍ର ଗୋଟିଏରେ ଜିତିଛି। ଅନ୍ୟ ୱାର୍ଡ଼ରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ସୋଲନରେ ୧୭ଟି ୱାର୍ଡ଼ରୁ କଂଗ୍ରେସ ୬ଟି ଜିତିଥିବାବେଳେ ବିଜେପି ୧୦ଟି ଜିତିଛି। ଗୋଟିଏ ୱାର୍ଡ଼ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି।

 

ଧର୍ମଶାଳାରେ ମଧ୍ୟ ୧୭ ୱାର୍ଡ଼ରୁ ଶାସକ ଦଳ କଂଗ୍ରେସ ମାତ୍ର ୫ଟି ୱାର୍ଡ଼ ଜିତିଥିବାବେଳେ ବିଜେପି ୧୧ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ପାଲମପୁରରେ ୧୫ ୱାର୍ଡ଼ ମଧ୍ୟରୁ କଂଗ୍ରେସ ୧୧ ଓ ବିଜେପି ୪ଟି ୱାର୍ଡ଼ରେ ଜିତିଛି। ବିଜେପି ଏହି ବିଜୟରେ ଉତ୍ସାହିତ ଥିବାବେଳେ ରାଜ୍ୟ ସଭାପତି ରାଜୀବ ବିନ୍ଦଲ କହିଛନ୍ତି, ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି କି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସରକାରକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କଂଗ୍ରେସ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ କ୍ଷମତାରୁ ବିତାଡ଼ିତ ହେବ ବୋଲି ବିନ୍ଦଲ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button