CJP: ଆନ୍ଦୋଳନରେ ଯୋଗ ଦେବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ମଙ୍ଗଳବାର ଘୋଷଣା କରିଛି ଯେ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ ଆସନ୍ତା ଜୁନ୍ ୬ ତାରିଖରେ ଦଳ ଦ୍ବାରା ଡକାଯାଇଥିବା ଆନ୍ଦୋଳନରେ ଯୋଗ ଦେବେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସିଜେପି ଆରମ୍ଭ କରିଥିବା ଅଭିଯାନ ଅନ୍ତର୍ଗତ ଆସନ୍ତା ଜୁନ୍ ୬ ତାରିଖରେ ଏକ ଆନ୍ଦୋଳନ ଡାକରା ଦିଆଯାଇଛି।
ଏହି ଆନ୍ଦୋଳନରେ ୱାଙ୍ଗଚୁକ ଯୋଗ ଦେବେ ବୋଲି ଦଳ ଏକ୍ସରେ ଏକ ପୋଷ୍ଟ୍ କରି କହିଛି। ୱାଙ୍ଗଚୁକ ମଧ୍ୟ ସିଜେପି ଆନ୍ଦୋଳନରେ ଯୋଗ ଦେଉଥିବା ନେଇ ଏକ୍ସରେ ଏକ ପୋଷ୍ଟ୍ କରି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଯଦି ଜୁନ୍ ୫ ସୁଦ୍ଧା ସବୁକିଛି ଅପରିବର୍ତ୍ତିତ ରହେ ତେବେ ସେ ଦିଲ୍ଲୀରେ ଜୁନ୍ ୬ ତାରିଖରେ ସିଜେପି ସଦସ୍ୟଙ୍କ ସହ ଯୋଗ ଦେବେ।
ଦିନକ ପୂର୍ବରୁ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦୀପକେ ଘୋଷଣା କରିଥିଲେ ଯେ ନିଟ୍ ଏବଂ ସିବିଏସ୍ଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପାଇଁ ସେ ପ୍ରଧାନଙ୍କ ଇସ୍ତଫା ଦାବି କରି ଜୁନ୍ ୬ ତାରିଖରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଯାତ୍ରା କରିବେ ଏବଂ ଏଥିପାଇଁ ସେ ଜୁନ୍ ୬ରେ ହିଁ ଦିଲ୍ଲୀ ଫେରିବେ। ଦୀପକେ ମଧ୍ୟ ସୋସିଆଲ ମିଡିଆରେ ଛାତ୍ର ଏବଂ ସମର୍ଥକମାନଙ୍କୁ ତାଙ୍କ ସହ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।
ସୌଜନ୍ୟ ସମ୍ବାଦ




