Cockroach Janata Party: ପ୍ରବକ୍ତା ନିଯୁକ୍ତ କଲା କକ୍ରୋଚ ଜନତା ପାର୍ଟି

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ବୁଧବାର ଏହାର ତିନିଜଣ ପ୍ରବକ୍ତାଙ୍କ ନାମ ଘୋଷଣା କରିଛି। ଏହି ତିନିଜଣ ଜୁନ ୬ ତାରିଖରେ ହେବାକୁ ଥିବା ଆନ୍ଦୋଳନରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଲୋକମାନଙ୍କ ଓ ଗଣମାଧ୍ୟମ ସମ୍ମୁଖରେ ଦଳର ମତାମତ ରଖିବେ। ଏଥିରେ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟ ସୌରଭ ଦାସଙ୍କୁ ମୁଖ୍ୟ ପ୍ରବକ୍ତା ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଛି। କକ୍ରୋଚ ଜନତା ପାର୍ଟି ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି।

ରାଜନୈତିକ ଗବେଷକ, ଲେଖକ ଓ ଫିଲ୍ମ ନିର୍ମାତା ବିଜେତା ଦାହିୟା ଓ ଆଇଆଇଟି କାନପୁର ଓ ମ୍ୟାକ୍‌କିନସେର ପୂର୍ବତନ ଛାତ୍ର ଆଶୁତୋଷ ରାଙ୍କା ମଧ୍ୟ ସୌରଭ ଦାସଙ୍କ ସହିତ ପ୍ରବକ୍ତା ଅଛନ୍ତି। ସିଜେପି କହିଛି, କକ୍ରୋଚ ଜନତା ପାର୍ଟି ଭାରତରେ ରାଜନୈତିକ ବିଚାରବିମର୍ଷର ଦିଗ ବଦଳାଇବାକୁ ପ୍ରତିବଦ୍ଧ ଓ ଏହି ପରିବର୍ତ୍ତନର ନେତୃତ୍ବ ନୂଆ ପିଢ଼ିର ନେତା ନେବେ। ସିଜେପି ମୁଖ୍ୟ ଅଭିଜିତ ଦୀପକେ ଜୁନ ୬ ତାରିଖରେ ଆମେରିକାରୁ ଭାରତ ଫେରିବାକୁ ଥିବାରୁ ଏହାର କିଛି ଦିନ ପୂର୍ବରୁ ଏହିସବୁ ନିଯୁକ୍ତି ହୋଇଛି।

 

 

ସୌଜନ୍ୟ ସମ୍ବାଦ