ରାଜ୍ୟ

Accident: ଲହଣ୍ଡ। ରେଳ ଓଭରବ୍ରିଜ ରାସ୍ତାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯୋଡା: କେନ୍ଦୁଝରଜିଲ୍ଲା ଯୋଡାସ୍ଥିତ ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡା ରେଳଓଭର ବ୍ରିଜ ରାସ୍ତାରେ ଆଜି ସକାଳ ୮.୩୦ ମିନିଟ ସମୟରେ ଯୋଡରୁ ତୁରୁମୁଙ୍ଗ। ଯାଉଥିବା ବିଳାସିନୀ ନାମକ ବସକୁ ପଛ ପଟୁ ଏକ ଖଣିଜ ବୋଝେଇ ଟ୍ରେଲର ଧକ୍କା ଦେଇଥିଲା। ଫଳରେ ବସଟି ଆଗକୁ ଯାଇ ନ ପାରି ରାସ୍ତାକଡ଼ରେ ଥିବା ନଦୀକୂଳ ଆଡ଼କୁ ଚାଲି ଯାଇଥିଲା। ତେବେ ସୁରକ୍ଷା ବ।ଡ ଥିବାରୁ ବସଟି ନଦୀ ଗର୍ଭକୁ ନ  ଯାଇ ସେଠାରେ ଅଟକି ରହିଥିଲା । ଏପରି ଭୟାବହ ଦୁର୍ଘଟଣାରୁ ବସରେ ଥିବା ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ବସଯାତ୍ରୀ ବର୍ତ୍ତି ଯାଇଛନ୍ତି ।

ପୁଲିସ ଘଟଣା ସ୍ଥଳକୁ ପହଞ୍ଚି‌ଛି

ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜାତୀୟ ରାଜପଥକୁ ସମ୍ପୂର୍ଣ ଭାବେ ଅବରୋଧ କରି ରଖି ଥିବାରୁ ଶହ ଶହ ଟ୍ରକ୍, ଯାତ୍ରୀବାହୀ ବସ,ବାଇକ୍ ଆରୋହୀ, ଫସି ରହିଛନ୍ତି। ପୁଲିସ ଘଟଣା ସ୍ଥଳକୁ ପହଞ୍ଚିଛି | ଜାତୀୟ ରାଜପଥ ବିଭାଗର ଖାମଖିଆଲି ନୀତି ଯୋଗୁଁ ଯୋଡା କଳା ପାହାଡ଼ ଠାରୁ ଲହଣ୍। ପର୍ଯ୍ୟନ୍ତ ୪ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ରିମୁଳି -ରାଜାମୁଣ୍ଡା ୫୨୦ ନଂ ଜାତୀୟ ରାଜପଥ ୪ଲେନ ସମ୍ପୂର୍ଣ କରାଯାଇଥିବା ଘୋଷଣା କରି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ଉଦ୍ଘାଟନ କରାଯାଇ ଟୋଲ ଆଦାୟ ଆରମ୍ଭ କରାଯାଇଥିଲା । ଉକ୍ତ ସ୍ଥାନରେ ୪ଲେନ ରାସ୍ତା ସମ୍ପ୍ରସାରଣ ଓ ଓଭରବ୍ରିଜ ନିର୍ମାଣ କରାଯାଉ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବ। ସହିତ ଟ୍ରାଫିକ ଜାମ ରହୁଛି ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button