
ଡେରାବିଶ: ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। +3 ରେ ପାଠ ପଢ଼ୁଥିବା ଜନୈକ ମଦ୍ୟପ ଛାତ୍ର ପ୍ରେମରେ ବିଫଳ ହୋଇ କଲେଜ ନିକଟସ୍ଥରାଜରାସ୍ତାରେ ଘଣ୍ଟାଏ କାଳ ଏକ ଖଣ୍ଡା ଧରି ଆତଙ୍କରାଜ ଚଳାଇଥିଲା।
ବାହା ହେବା ପାଇଁ ରାଜି ନହେଲେ ବେକକୁ ହାଣି ଦେବି
ନିଜ ମାଆ ସହ ଥିବ ଉକ୍ତ ଛାତ୍ରୀଙ୍କ କାନ୍ଧରେ ଖଣ୍ଡା ଲଗାଇ ମୋତେ ବାହା ହେବା ପାଇଁ ରାଜି ନହେଲେ ବେକକୁ ହାଣି ଦେବି ବୋଲି ଯୁବକ ଜଣକ ଧମକଚମକ ଦେଇ ମାଆ ଝିଅଙ୍କୁ ଘଣ୍ଟାଏ କାଳ ଭୟଭୀତ କରି ରଖିଥିଲା। ଘଟଣାକୁ ଦେଖି ସ୍ଥାନୀୟ ଅଞ୍ଚଳର କିଛି ସାହସୀ ଯୁବକ ଆତଙ୍କରାଜ ଚଳାଇଥିବା ଉକ୍ତ ଛାତ୍ରକୁ କାବୁ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ଛାତ୍ରକୁ ଥାନାକୁ ନେଇ ଆସିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଘଟଣା ନେଇ କୌଣସି ଅଭିଯୋଗ ହୋଇ ନଥିବା ନେଇ ପୁଲିସ ସୂଚନାରୁ ଜଣାଯାଇଛି।
ସୌଜନ୍ୟ ସମ୍ବାଦ




