ଜାତୀୟ

ଖାନ୍ ସାରଙ୍କୁ ଗିରଫ କରିପାରିବନି ପୋଲିସ, ସୁରକ୍ଷା ଦେଲେ ପାଟନା ଜିଲ୍ଲା କୋର୍ଟ୍

ପାଟନା,୯|୦୬:ଖାନ୍ ସାରଙ୍କୁ ଗିରଫ କରିପାରିବନି ପୋଲିସ । ରୋକ୍ ଲଗାଇଲେ ପାଟନା କୋର୍ଟ୍ । ଖାନ୍ ସାରଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ପାଟନା ଜିଲ୍ଲା କୋର୍ଟ । ମଙ୍ଗଳବାର ତାଙ୍କର ଆଗୁଆ ଜାମିନ୍ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର କୋର୍ଟରେ ଗିରଫଦାରୀ ମାମଲାରେ ଆଗୁଆ ଜାମିନ୍ ଉପରେ ବିଚାର ହୋଇଥିଲା । ଏଥିରେ କୋର୍ଟ୍ ଖାନ୍ ସାରଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି କହିଛନ୍ତି । ଖାନ୍ ସାରଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ଖାନ୍ ସାରଙ୍କୁ ଜାଣିଶୁଣି ଫସାଯାଇଛି । ତାଙ୍କର ଅପରାଧରେ ପ୍ରତ୍ୟକ୍ଷ ରୂପରେ କିଛି ହାତ ନାହିଁ । ପୋଲିସ ତରଫରୁ ତଦନ୍ତର ରିପୋର୍ଟ କୋର୍ଟଙ୍କ ସମ୍ମୁଖରେ ଓକିଲ ରଖିଛନ୍ତି ।

ଏହାପରେ ସରକାରୀ ଓକିଲ ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି କୋର୍ଟ ଖାନ୍ ସାରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ଏହାସହ ଆଗାମୀ ଶୁଣାଣି ଯାଏଁ ତାଙ୍କୁ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଖାନ ସାରଙ୍କ ବିରୋଧରେ ମାମଲା

ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସଂସ୍ଥାନ ‘ଜିଏସ୍ ଗ୍ଲୋବାଲ୍ ଷ୍ଟଡିଜ୍’ (GS Global Studies) ବାହାରେ କିଛି ଦିନ ପୂର୍ବରୁ ପ୍ରବଳ ହଙ୍ଗାମା ଏବଂ ପଥର ମାଡ଼ ହୋଇଥିଲା। ଗତ ମଙ୍ଗଳବାର ରାତିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ପରିସରରେ ପଶି ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀ (ଗାର୍ଡ) ଙ୍କ ସହ ମାଡ଼ପିଟ୍ କରାଯାଇଛି ଏବଂ ସେଠାରେ ଗୁଳିମାଡ଼ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବୟାନରୁ ଓହରି ଯାଇଥିଲେ।

ଏହି ବିବାଦ ଭିତରେ ଅନ୍ୟ ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ଜ୍ଞାନ ବିନ୍ଦୁ କୋଚିଂ’ (Gyan Bindu Coaching) ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ଏହି ସିସିଟିଭି ଫୁଟେଜରେ ଖାନ୍ ସାରଙ୍କ ବଡିଗାର୍ଡମାନେ ଗୁଳି ଚଳାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ।

 

 

ସୌଜନ୍ୟ Prameya News7

Show More
Back to top button