ଦେଶ ବିଦେଶ

Firing: ଜୋହାନ୍ସବର୍ଗରେ ଗଣ ଗୁଳିକାଣ୍ଡ , ୧୨ ଜଣଙ୍କ ମୃତ୍ୟୁ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକୀୟ ସହର ଜୋହାନ୍ସବର୍ଗରେ ମଙ୍ଗଳବାର ବିଳମ୍ବିତ ରାତିରେ ଗଣ ଗୁଳିକାଣ୍ଡ ହୋଇ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ପୁଲିସ ଅନୁଯାୟୀ ଏକ ମିନିବସ୍‌ରେ ୧୦ରୁ ଅଧିକ ସନ୍ଦିଗ୍ଧ ଆକ୍ରମଣକାରୀ ଜୋହାନ୍ସବର୍ଗର ଏକ ଉପନଗରୀ କ୍ଲିଭଲାଣ୍ଡ୍‌ରେ ଏକ ଅନୌପଚାରିକ ବସ୍ତିରେ ଆସି ପହଞ୍ଚିଥିଲେ ଏବଂ ସେମାନେ ଏହି ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସେହି ସମାନ ଗାଡ଼ିରେ ସେମାନେ ସେଠାରୁ ଖସି ପଳାଇଥିଲେ। ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ପୁଲିସ ଆକ୍ରମଣକାରୀଙ୍କୁ ଖୋଜୁଛି ଏବଂ ଏଯାବତ ଏହି ମାମଲାରେ କୌଣସି ଜଣଙ୍କୁ ଗିରଫ କରିପାରିନାହିୀଁ। ତେବେ ଏହି ଗୁଳିକାଣ୍ଡର କାରଣ କ’ଣ ଏଯାବତ ଜଣାପଡ଼ିନାହିଁ। ଉଲ୍ଲେଖଯୋଗ୍ୟ ଦକ୍ଷିଣ ଆଫ୍ରିକାରେ ନିକଟରେ ଅନେକ ହାଇ‌ ପ୍ରୋଫାଇଲ ଗଣ ଗୁଳିକାଣ୍ଡ ହୋଇଛି। ଗତ ଡିସେମ୍ବରରେ ମଧ୍ୟ ଏଠାରେ ୨ ଥର ଗୁଳିକାଣ୍ଡ ହୋଇଛି ଏବଂ ଏଥିରୁ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଜୋହାନ୍ସବର୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ‌ବେଆଇନ ଖଣି ଖନନ ଚାଲେ। ଗୁଳିକାଣ୍ଡ ଘଟଣା ଏହି ବେଆଇନ ଖଣି ମାଫିଆଙ୍କ ସହ ଜଡ଼ିତ ବୋଲି ସନ୍ଦେହ କରାଯାଉଛି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button