ବାଣିଜ୍ୟମହାନଗର

Data Center: ମେଟା ପାଇଁ ଡାଟା ସେଣ୍ଟର୍‌ କରିବ ରିଲାଏନ୍ସ

ଜାମନଗର: ମାର୍କ ଜକରବର୍ଗଙ୍କ ସଂସ୍ଥା ‘ମେଟା’ ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଗୁଜରାଟର ଜାମନଗରରେ ଏକ ଏଆଇ ଆଧାରିତ ଡାଟା ସେଣ୍ଟର୍‌ ସ୍ଥାପନ କରିବ। ସେଥିପାଇଁ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣା ହୋଇଛି। ଡାଟା ସେଣ୍ଟର୍‌ର ନିର୍ମାଣଠାରୁ ପରିଚାଳନା ପର୍ଯ୍ୟନ୍ତ ସବୁ ଦାୟିତ୍ବ ରିଲାଏନ୍ସ ନେବ। ଏହା ଅକ୍ଷୟ ଶକ୍ତିରେ ଚାଲିବ ଓ ସମୁଦ୍ର ପାଣିକୁ ବିଶୋଧନ କରି ସେଥିରେ ବ୍ୟବହାର କରାଯିବ।

୧୬୮ ମେଗାୱାଟ୍‌ ବିଶିଷ୍ଟ ଏହି ଡାଟା ସେଣ୍ଟର୍‌ ଜରିଆରେ ‘ମେଟା’ ଏହାର ବିଶ୍ବସ୍ତରୀୟ ଏଆଇ ଭିତ୍ତିଭୂମିକୁ ସୁଦୃଢ଼ କରିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଉକ୍ତ ଡାଟା ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏହି କେନ୍ଦ୍ରକୁ ‘ମେଟା’ ଲିଜ୍‌ ସୂତ୍ରରେ ନେବ। ମେଟା ଓ ରିଲାଏନ୍ସ ମଧ୍ୟରେ ସମ୍ପର୍କ ବେଶ ପୁରୁଣା ଓ ଦୃଢ଼। ୨୦୨୦ରେ ରିଲାଏନ୍ସର ଜିଓ ପ୍ଲାଟଫର୍ମସ୍‌ରେ ମେଟା ୫୭୦ କୋଟି ଡଲାର ନିବେଶ କରିଥିଲା। ଏଆଇ ପ୍ଲାଟଫର୍ମ ଓ ଟୁଲ୍‌ ବିକାଶ କରିବା ପାଇଁ ଗତବର୍ଷ ଉଭୟ ସଂସ୍ଥା ୮୮୫ କୋଟି ଟଙ୍କାର ଏକ ଯୌଥ ଉଦ୍ୟୋଗ ଗଠନ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button