ଖେଳଜାତୀୟ

ଶ୍ରୀଲଙ୍କାରେ ଗର୍ଜିଲା ବୈଭବଙ୍କ ବ୍ୟାଟ୍‌; ଖୁସିରେ ଝୁମି ଉଠିଲେ ଅଶ୍ବିନ୍‌, ଏକ୍ସରେ ଲେଖିଲେ ଏମିତି

Youngster Vaibhav Sooryavanshi: ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିବା ବୈଭବ ଏହି ମ୍ୟାଚ୍‌ରେ ଆକର୍ଷଣୀୟ ସଟ୍ ଖେଳିଥିଲେ। ବୈଭବଙ୍କ ଆଉଟ୍ ହେବା ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ତାଙ୍କ ଟାଇମିଂ ଏବଂ କ୍ଲାସକୁ ବହୁତ ପ୍ରଶଂସା କରିଛନ୍ତି ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଫ୍-ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ (Vaibhav Sooryavanshi) ବ୍ୟାଟିଂ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜରେ ଇଣ୍ଡିଆ ଏ (India A) ପକ୍ଷରୁ ଖେଳି ବୈଭବ ଆଫଗାନିସ୍ତାନ-ଏ ବିରୋଧରେ ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ବୈଭବ ସୂର୍ଯ୍ୟବଂଶୀଙ୍କ ଏହି ଚକତ୍କାର ବ୍ୟାଟିଂକୁ ଖୁବ ପ୍ରଶଂସା କରିଛନ୍ତି ଅଶ୍ୱିନ୍ ।

୧୫ ବର୍ଷୀୟ ବୈଭବଙ୍କ ବିସ୍ଫୋରକ ୪୪ ରନ୍‌
ନିକଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଏହି ୧୫ ବର୍ଷୀୟ ଓପନର ଦ୍ଵିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଫଗାନିସ୍ତାନ ଏ ବିପକ୍ଷରେ ଓପନିଂ କରି ବୈଭବ ମାତ୍ର ୨୨ଟି ବଲ୍‌ରୁ ୪୪ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୦୦ ରହିଥିଲା ଏବଂ ତାଙ୍କ ଇନିଂସରେ ୯ଟି ଆକର୍ଷଣୀୟ ଚୌକା ସାମିଲ ଥିଲା।

ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିବା ବୈଭବ ଏହି ମ୍ୟାଚ୍‌ରେ ଆକର୍ଷଣୀୟ ସଟ୍ ଖେଳିଥିଲେ।  ବୈଭବଙ୍କ ଆଉଟ୍ ହେବା ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ତାଙ୍କ ଟାଇମିଂ ଏବଂ କ୍ଲାସକୁ ବହୁତ ପ୍ରଶଂସା କରିଛନ୍ତି । ଅଶ୍ୱିନ୍ ଲେଖିଛନ୍ତି, ‘ଆଉଟ୍ ! କିନ୍ତୁ ୪୪(୨୧) ର ଏକ ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଇନିଂସ । ଚମତ୍କାର ଟାଇମିଂ ସହ କଭର ଡ୍ରାଇଭ୍ । ଆମେ ପୂର୍ବରୁ ତାଙ୍କର ଶକ୍ତି (Power) ଦେଖିଛୁ, କିନ୍ତୁ ଆଜିର ଇନିଂସ କେବଳ ବାହୁବଳ (Brute Force) ଉପରେ ଆଧାରିତ ନଥିଲା। ଏହି ପିଲାଟି ଜଣେ ଅଦ୍ଭୁତ ଖେଳାଳି।’

ମ୍ୟାଚର ଫଳାଫଳ
ବର୍ଷା ଯୋଗୁଁ ଏହି ମ୍ୟାଚ୍‌କୁ ୪୯ ଓଭର ବିଶିଷ୍ଟ କରାଯାଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ୍ ହରାଇ ୩୪୯ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ପ୍ରଭସିମରନ ସିଂହ ସର୍ବାଧିକ ୮୪ ରନ୍ କରିଥିବା ବେଳେ ଅଧିନାୟକ ତିଲକ ବର୍ମା ଓ ଉପ-ଅଧିନାୟକ ରୁତୁରାଜ ଗାଏକ୍ବାଡ ଉଭୟ ୬୬ ରନ୍‌ର ଅବଦାନ ଦେଇଥିଲେ। ଦ୍ଵିତୀୟ ଇନିଂସରେ ପୁଣି ବର୍ଷା ହେବା ଯୋଗୁଁ ଡକୱର୍ଥ ଲୁଇସ୍ (DLS) ନିୟମ ଅନୁଯାୟୀ, ଆଫଗାନିସ୍ତାନକୁ ୩୮ ଓଭରରେ ୨୯୪ ରନ୍‌ର ଲକ୍ଷ୍ୟ ମିଳିଥିଲା।

ଆଫଗାନିସ୍ତାନ ଦଳ ଦୃଢ଼ ବ୍ୟାଟିଂ କରି ୨୫.୫ ଓଭର ସୁଦ୍ଧା ୨ ଓ୍ବିକେଟ୍ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା। ଇମ୍ରାନ ମୀର ୭୫ ରନ୍ ଏବଂ ବାହିର ଶାହ ୫୧ ରନ୍ କରି ଅପରାଜିତ ଥିଲେ। ପୁଣି ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହେବା ବେଳକୁ, ଆଫଗାନିସ୍ତାନ ଦଳ DLS ସ୍କୋର ଠାରୁ ୩ ରନ୍ ଆଗରେ ଥିଲା। ପରବର୍ତ୍ତୀ ସମୟରେ ଖେଳ ସମ୍ଭବ ନହେବାରୁ ଆଫଗାନିସ୍ତାନ ଏ (Afghanistan A) କୁ ବିଜେତା ଘୋଷଣା କରାଯାଇଥିଲା।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button