ଖେଳଜାତୀୟ

Mandhana Only Indian: ଟାଇମ୍ସ ମାଗାଜିନ୍‌ ଶୀର୍ଷ ୧୦୦ କ୍ରୀଡ଼ା ବ୍ୟକ୍ତିଙ୍କ ମଧ୍ୟରେ ମନ୍ଧାନା ଏକମାତ୍ର ଭାରତୀୟ

ବିଶ୍ବର ମର୍ଯ୍ୟଦାଜନକ ମାଗାଜିନ୍‌ ‘ଟାଇମ୍ସ’ର ଶୀର୍ଷ ୧୦୦ ପ୍ରଭାବୀ କ୍ରୀଡ଼ାବ୍ୟକ୍ତିତ୍ବଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉପ ଅଧିନାୟିକା ସ୍ମୃତି ମନ୍ଧାନା।

ନୂଆଦିଲ୍ଲୀ: ବିଶ୍ବର ମର୍ଯ୍ୟଦାଜନକ ମାଗାଜିନ୍‌ ‘ଟାଇମ୍ସ’ର ଶୀର୍ଷ ୧୦୦ ପ୍ରଭାବୀ କ୍ରୀଡ଼ାବ୍ୟକ୍ତିତ୍ବଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉପ ଅଧିନାୟିକା ସ୍ମୃତି ମନ୍ଧାନା। ୨୦୨୬ ମସିହା ପାଇଁ ପ୍ରକାଶିତ ଏହି ତାଲିକାରେ ଅନ୍ୟ କୌଣସି ଭାରତୀୟଙ୍କ ନାମ ନାହିଁ।

ଫିଫା ସଭାପତି ଜିଆନ ଇନ୍‌ଫାଣ୍ଟିନୋ ମଧ୍ୟ ସାମିଲ ଅଛନ୍ତି

ଏହି ତାଲିକାରେ ବାସ୍କେଟ୍‌ବଲ୍‌ କିଂବଦନ୍ତି ଲିବ୍ରନ୍‌ ଜେମ୍ସଙ୍କ ସହିତ ଫୁଟ୍‌ବଲ୍‌ ଆଇକନ୍‌ ଲିଓନେଲ୍‌ ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ, ଟେନିସ୍‌ ସେନସେସନ୍‌ କାର୍ଲୋସ ଆଲକାରାଜ, ଗଲ୍‌ଫର ରୋରି ମ୍ୟାକଲରୟ, ସ୍କାଏର ଏଲିନ୍‌ ଗୁ, ଏନବିଏ ତାରକା ଭିକ୍ଟର ୱେମ୍ବାନ୍ୟାମା, ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଦଳ ଅଧିନାୟକ ତେମ୍ବା ବଭୂମା ଏବଂ ଫିଫା ସଭାପତି ଜିଆନ ଇନ୍‌ଫାଣ୍ଟିନୋ ମଧ୍ୟ ସାମିଲ ଅଛନ୍ତି।୨୯ ବର୍ଷୀୟା ମନ୍ଧାନା ପ୍ରଥମ ଭାରତୀୟ ଭାବେ ଘରୋଇ ଦିନିକିଆରେ ଦ୍ବିଶତକ ମାରିବା ସହ ସମସ୍ତ ୩ ଫର୍ମାଟରେ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ସେ ମଧ୍ୟ ମହିଳା ଅନ୍ତର୍ଜାତୀୟରେ ୧୭ ଶତକ ସହିତ ଯୁଗ୍ମ ଭାବେ ବିଶ୍ବରେକର୍ଡର ଅଧିକାରିଣୀ ଅଛନ୍ତି। ପ୍ରଥମ ମହିଳା ଭାବେ ସେ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ୧,୦୦୦ ଦିନିକିଆ ରନ୍‌ କରିଛନ୍ତି। ଟାଇମ୍ସ ମାଗାଜିନ୍‌ କିନ୍ତୁ ତାଙ୍କ ଦଳଗତ ସଫଳତା ପାଇଁ ଅଧିକ ଶ୍ରେୟ ଦେୟ ଦେଇ ଏହି ଏଲିଟ୍‌ ତାଲିକାରେ ସ୍ଥାନ ଦେଇଛି। ତାଙ୍କ ନେତୃତ୍ବରେ ଆର୍‌ସିବି ୨୦୨୪ ଓ ୨୦୨୬ରେ ଡବ୍‌ଲ୍ୟୁପିଏଲ୍‌ ଟାଇଟଲ୍‌ ଜିତିଥିଲା। ୨୦୨୫ରେ ଦିନିକିଆ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଉପଅଧିନାୟକ ଥିଲେ। ୨୦୨୫ରେ ସେ ମଧ୍ୟ ବିବିସି ଇଣ୍ଡିଆନ୍‌ ‌ସ୍ପୋର୍ଟସୱମେନ୍‌ ଅଫ୍‌ ଦ ଇୟର୍‌ ବିବେଚିତ ହୋଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button