ଖେଳଜାତୀୟ

Messi’s Hat-Trick: ମେସିଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ରେ ଆର୍ଜେଣ୍ଟିନାର ବିଜୟ ଅଭିଯାନ

୧୨ ମିନିଟ୍‌ ପରେ ରୋଡ୍ରିଗ୍‌ ଡି’ପଲ୍‌ଙ୍କ ପାସ୍‌କୁ ତାରକା ଖେଲାଳି ମେସି (୧୭ ମିନିଟ୍‌) ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।ଗୋଲ୍‌ରେ ଆର୍ଜେଣ୍ଟିନାର ବିଜୟ ଅଭିଯାନ|

କନ୍‌ସାସ୍‌ ସିଟି: ପ୍ରଥମ ଖେଳାଳି ଭାବେ ଷଷ୍ଠ ବିଶ୍ବକପ୍‌ ଖେଳୁଥିବା ଲିଓନେଲ୍‌ ମେସିଙ୍କ ହ୍ୟାଟ୍ରିକ୍‌ରେ ବିଜେତା ଆର୍ଜେଣ୍ଟିନାର ଅଭିଯାନ ବିଜୟରୁ ଆରମ୍ଭ ହୋଇଛି। ବୁଧବାର ଗ୍ରୁପ୍‌-ଜେ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ଅଲ୍‌ଜେରିଆକୁ ପରାସ୍ତ କରି ପୁଣି ଟ୍ରଫିଦାବିଦାର ଥିବା ଦର୍ଶାଇଛି। ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ମାଇଲ୍‌ଖୁଣ୍ଟ ଛୁଇଁଥିବା ୩୮ ବର୍ଷୀୟ ମେସି ପଞ୍ଚମ ମିନିଟ୍‌ରେ ଅଲ୍‌ଜେରିଆ ଗୋଲ୍‌ପୋଷ୍ଟ୍‌କୁ ବଲ୍‌ ପଠାଇ ଦେଇଥିଲେ, ହେଲେ ଏହା ଅଫ୍‌ସାଇଡ୍‌ ହେବାରୁ ଆର୍ଜେଣ୍ଟିନା ଅଗ୍ରଣୀ ନେଇ ପାରି ନଥିଲା। ଏହାର ୧୨ ମିନିଟ୍‌ ପରେ ରୋଡ୍ରିଗ୍‌ ଡି’ପଲ୍‌ଙ୍କ ପାସ୍‌କୁ ତାରକା ଖେଲାଳି ମେସି (୧୭ ମିନିଟ୍‌) ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।

ଆର୍ଜେଣ୍ଟିନା ପ୍ରଥମାର୍ଦ୍ଧକୁ ୧-୦ରେ ନିଜ ପକ୍ଷରେ ରଖିଥିଲା

ପୁଣି ଥରେ ମେସି ୨୫ତମ ମିନିଟ୍‌ରେ ଗୋଲ୍‌ ଦେବାର ଦ୍ବାରରେ ପହଞ୍ଚିଥିଲେ। ହେଲେ ୫ ୟାର୍ଡରୁ ତାଙ୍କର ଏକ ଚମତ୍କାର ରକେଟ୍‌ ସଟ୍‌କୁ ଫ୍ରାନ୍ସ ମହାନ ଜନେଦିନେ ଜିଡାନ୍‌ଙ୍କ ପୁଅ ତଥା ଅଲ୍‌ଜେରିଆ ଗୋଲି ଲୁକା ଜିଡାନେଙ୍କ ଆଙ୍ଗଠି ଟିପରେ ଅଟକାଇ ପୋଷ୍ଟ୍‌ର ଡାହାଣ‌କୋଣକୁ ପଠାଇ ଦେଇଥିଲେ। ଫଳରେ ଆର୍ଜେଣ୍ଟିନା ପ୍ରଥମାର୍ଦ୍ଧକୁ ୧-୦ରେ ନିଜ ପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ ମେସିଙ୍କ ଚମକ ପୂଣି ଦେଖିବାକୁ ମିଳିଥିଲା। ୬୦ତମ ମିନିଟ୍‌ରେ ସେ ଦ୍ବିତୀୟ ଗୋଲ୍‌ କରିଥିଲେ। ଆଲେକ୍ସିସ୍‌ ମ୍ୟାକ୍‌ ଆଲିଷ୍ଟରଙ୍କ ପାସ୍‌ରେ ମେସି ଏହି ଗୋଲ୍‌ଟି ଦେଇଥିଲେ। ଏହାର ୫ ମିନିଟ୍‌ ପରେ ମେସି ହ୍ୟାଟ୍ରିକ୍‌ ପୂରଣ କରିବାର ଦ୍ବାରରେ ପହଞ୍ଚି ଯାଇଥିଲେ। ହେଲେ ତାଙ୍କର ସଟ୍‌କୁ ଜେଡାନ ବାର୍ ଓପରକୁ ଠେଲି ଏଥିରୁ ବଞ୍ଚିତ କରିଥିଲେ। ହେଲେ ମେସି ୭୬ତମ ମିନିଟ୍‌ରେ ନିଜର ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ସଫଳ ହୋଇଥିଲେ। ନିକୋ ‌ଗୋଞ୍ଜାଲେଜଙ୍କ ପାସ୍‌ରେ ସେ ଏହି ଗୋଲ୍‌ ଦେଇ ବିଶ୍ବକପ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହାପରେ ମେସି ପଡ଼ିଆ ଛାଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ଆର୍ଜେଣ୍ଟିନା ୩-୦ରେ ବିଜୟୀ ହୋଇଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button