ରାଜ୍ୟ

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ପାହାଡପୁର ଓ ରାଇରଙ୍ଗପୁର ଗସ୍ତ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ରାଇରଙ୍ଗପୁର ୧୮।୬: ମୟୂରଭଞ୍ଜ ମାଟି ସେ ପୁଣି ଉପାନ୍ତ ଅଞ୍ଚଳ ପାହାଡପୁର ଓ ରାଇରଙ୍ଗପୁରକୁ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଗସ୍ତକୁ ନେଇ ପାହାଡପୁର, ରାଇରଙ୍ଗପୁର ସଜେଇ ହେଉଛି । ଶୁକ୍ରବାର ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି । ଅପରାହ୍ନ ୩.୨୦ରେ ଦାଣ୍ଡବୋଷ ଏୟାରପୋର୍ଟରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ  ସଡ଼କ ପଥରେ ରାଇରଙ୍ଗପୁର ଡାକ୍ତରଖାନା ପରିସରରେ AIIMS ଦ୍ଵାରା ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ୪.୨୦ ମିନିଟରେ ଯୋଗ ଦେବା ସହିତ ଖଣି ପ୍ରଭାବିତ କୁସୁମୀ ବ୍ଲକର ୧୧୩ଟି ଗ୍ରାମ ପାଇଁ  ମେଗା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ । ତା ସହିତ ହାଟ ବାଦଡ଼ା ସ୍ଥିତ ବ୍ରହ୍ମକୁମାରୀ ସଂସ୍ଥାର ମାତୃଶକ୍ତି ଭବନ, ସ୍ପେସିଆଲ ସର୍କିଟ ହାଉସ ଓ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଶୁଭ ଉଦଘାଟନ କରିବେ ।

ସେହିଭଳି ୨୦ ତାରିଖ  ସକାଳ ସକାଳ ୧୦.୧୦ରେ ରାଷ୍ଟ୍ରପତି ପାହାଡପୁର  ପାଇଁ ଉଡାଣ ଭରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ତାରିଖ ସକାଳ ୧୦.୦୫ରେ ପାହାଡପୁର ସ୍ପୋର୍ଟସ କମ୍ପ୍ଲେକ୍ସର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ପ୍ରାୟ ଦେଢ଼ କିମି ଦୂର ସଡ଼କ ପଥରେ ପାହାଡପୁର ଗାଁର ଗୋସାଣୀ ପୀଠରେ ପୂଜା ଅର୍ଚ୍ଚନା କରିବା ପରେ ସାନ୍ତାଳୀ ସମାଜର ଜାହିରାକୁ ଯାଇ ପୂଜା ଅର୍ଚ୍ଚନା କରିବେ । ଫେରିବା ବାଟରେ ହୋ-ମୁଣ୍ଡା ସମାଜର ଯାହିରା ପରିଦର୍ଶନ ଯାଇ ପୂଜା ଅର୍ଚ୍ଚନା କରିବେ । ପରେ ପରେ SLS ଟ୍ରଷ୍ଟ ଓ L @T ଦ୍ଵାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହିତ ପ୍ରଶିକ୍ଷଣ ପାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କ ସହିତ ଆଲୋଚନା କରି ରାଷ୍ଟ୍ରପତିଙ୍କ SLS ଆବାସିକ ବିଦ୍ୟାଳୟକୁ ଯାଇ ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ, ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରେ ବିଦ୍ୟାଳୟ ପରିଚାଳନା ସମ୍ବନ୍ଧରେ ଆଲୋଚନା ପରେ ବିଦ୍ୟାଳୟ ପରିସରରେ  SLS ଟ୍ରଷ୍ଟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ମେଳା ବୁଲି ଦେଖିବେ । ସେଠାରୁ ୧୨.୪୦ ରେ ରାଇରଙ୍ଗପୁର ଅଭିମୁଖେ ଉଡାଣ ଭରି ଦାଣ୍ଡବୋଷ ଏୟାରପୋର୍ଟରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦୃଷ୍ଟି କୋଣରୁ ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଥିବା ବେଳେ ଶହ ଶହ ଗାଡ଼ିରେ ସହର ଭର୍ତ୍ତି ହୋଇ ଯାଇଛି । ତେବେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କୁ ଏକା ସହିତ ଦେଖିବାକୁ ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ବିଜେପି ଦଳ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆପ୍ରାଣ ଉଦ୍ୟମ କରା ଯିବା ସହିତ ଅଧିକରୁ ଅଧିକ ଲୋକ କେମିତି ସଭାସ୍ଥଳକୁ ଆସିବେ ଲାଗିପଡିଛନ୍ତି । ଉଭୟ ପାହାଡପୁର ଓ ରାଇରଙ୍ଗପୁରରେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ଵାଗତ କରିବା ସହିତ ରାଷ୍ଟ୍ରପତିଙ୍କ ଜନ୍ମ ଦିନକୁ ସ୍ମରଣୀୟ କରାଇବାକୁ ଅପେକ୍ଷାରେ ଅଛନ୍ତି ଅଞ୍ଚଳବାସୀ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button