ଦେଶ ବିଦେଶ

Suspend: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ନିଲମ୍ବିତ

ବହୁ ଚର୍ଚ୍ଚିତ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ବାଇଁ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଶ୍ରୀ ଗଙ୍ଗୱାରଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ବାଇଁ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଶ୍ରୀ ଗଙ୍ଗୱାରଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତମାସ ୭ ତାରିଖରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ତାଙ୍କ ବାପା ଓ ମାଆ ମାନସିକ ନିର୍ଯାତନା ଦିଆଯାଇଥିବା ସହ ମାମଲାରେ ଗଙ୍ଗୱାରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଥିଲେ।

ଗଙ୍ଗୱାର ତାଙ୍କ ଜିମ୍‌ରେ ସୌମ୍ୟରଂଜନକୁ ନିଯୁକ୍ତି ଦେଇଥିଲେ। ଗଙ୍ଗୱାରଙ୍କ ସଂପୃକ୍ତି ନେଇ ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରା ତଦନ୍ତ କରୁଥିଲେ। ତଦନ୍ତ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଏବେ ଗଙ୍ଗୱାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାଜ୍ୟ ସରକାର ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗରେ ଓଏସ୍‌ଡି ଭାବେ ଅବସ୍ଥାପିତ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button