
ଭୁବନେଶ୍ବର: ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ପରେ ନିଜ ଦେହରେ ନିଆଁ ଲଗାଇଲେ ସ୍ବାମୀ। ଭୁବନେଶ୍ବରର ନୟାପଲ୍ଲୀ ଭୋଇସାହିରେ ଆଜି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାର ମୂଳ କାରଣ ହେଉଛି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା। ଗୁରୁତର ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଭୋଇସାହିର ଦମ୍ପତି ପାରିବାରିକ ଘଟଣାକୁ ନେଇ ପାଟିତୁଣ୍ଡ କରିଥିଲେ। ସ୍ତ୍ରୀଙ୍କର କଥାରେ ଉତ୍ତେଜିତ ହୋଇ ନିଜ ଦେହରେ କିରାସିନି ଢାଳି ଦେଇ ନିଆଁ ଲଗାଇଥିଲେ। ସେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ବ୍ୟକ୍ତି ଜଣକ ଗୁରୁତର ହେଲା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ସୌଜନ୍ୟ ସମ୍ବାଦ




