
ରାଉରକେଲା ୨୦।୦୬: ରାଉରକେଲାରେ ଡବଲ୍ ଏନକାଉଣ୍ଟର। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୁନୁ ହରିପାଲ ଏବଂ ସୁଶାନ୍ତ ନାୟକଙ୍କୁ ଝିରିପାଣି ନୂଆ ଟୋଲାରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ। ଏନକାଉଣ୍ଟରରେ ଆହତ ହୋଇଥିବା ଦୁଇ ଅପରାଧୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଛି।
ଗତ ୧୬ ତାରିଖରେ ସେକ୍ଟର-୭ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ପାଖ ରାମେଶ୍ୱର ବସ୍ତିରେ ଜଣଙ୍କୁ ହତ୍ୟା କରି ଉଭୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଲୋକ ଥାନାରେ ଧାରଣା ଦେଇଥିଲେ। ସଂଘବଦ୍ଧ ଆକ୍ରମଣରେ ପ୍ରାୟ ୩୦ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଛି।
ସୌଜନ୍ୟ Prameya News7




