ଜୀବନଚର୍ଯ୍ୟା

ଭୁଲରେ ବି ଘରେ ଏହି ସ୍ଥାନରେ ରଖନ୍ତୁ ନାହିଁ ଔଷଧ, ପିଛା ଛାଡ଼ିବନି ରୋଗ !

ବାସ୍ତୁ ଶାସ୍ତ୍ର ଅନୁସାରେ ଔଷଧକୁ ଘରେ ଭୁଲ ସ୍ଥାନରେ ରଖିବା କେବଳ ସ୍ବାସ୍ଥ୍ୟ ପାଇଁ ଖରାପ ହୋଇନଥାଏ ବରଂ ନକାରାତ୍ମକତା ମଧ୍ୟ ବଢ଼ିଥାଏ। ଭୁଲ ସ୍ଥାନରେ ଔଷଧ ରଖିବା ଦ୍ବାରା ବାସ୍ତୁ ଦୋଷ ବଢ଼ିଥାଏ ଏବଂ ରୋଗବ୍ୟାଧି ଲାଗି ରହିଥାଏ।

ଘରେ କେଉଁ ଜିନିଷ କେଉଁ ସ୍ଥାନରେ ରଖିବା ଦରକାର ? ସେନେଇ ବାସ୍ତୁ ଶାସ୍ତ୍ରରେ ଅନେକ କିଛି ଉଲ୍ଲେଖ ରହିଛି। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି ଔଷଧ। ଔଷଧ ସ୍ବାସ୍ଥ୍ୟ ସହ ଜଡ଼ିତ ବସ୍ତୁ। ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ସ୍ଥାନ ଖୁବ୍ ସମ୍ବେଦନଶୀଳ ହୋଇଥାଏ। ଠିକ୍ ସ୍ଥାନରେ ରଖାଯାଇଥିବା ଔଷଧ ଶୀଘ୍ର ପ୍ରଭାବ ପକାଇଥାଏ ଏବଂ ଘରର ସକାରାତ୍ମକ ଉର୍ଜା ବଜାୟ ରଖିଥାଏ। କିନ୍ତୁ ଭୁଲ ସ୍ଥାନରେ ରଖାଯାଇଥିବା ଔଷଧର ପ୍ରଭାବ କମିବା ସହ ଘର ପରିବେଶକୁ ପ୍ରଭାବିତ କରିପାରେ। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ କେଉଁ ସ୍ଥାନରେ ଔଷଧ ରଖିବା ଦ୍ବାରା କୁପ୍ରଭାବ ପଡ଼ିଥାଏ ଏବଂ କେଉଁଠି ରଖିଲେ ଭଲ ? ଆସନ୍ତୁ ଜାଣିବା…

ରୋଷେଇ ଘରେ ଔଷଧ ରଖିବା କ୍ଷତିକାରକ

ରୋଷେଇ ଘରେ ଔଷଧ ରଖିବା ବାସ୍ତୁ ଦୃଷ୍ଟିରୁ ଭୁଲ। ଏଠାରେ ନିଆଁ ଏବଂ ପାଣିର ଉର୍ଜା ରହିଥାଏ। ଏହାଦ୍ବାରା ଘର ସଦସ୍ୟଙ୍କୁ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ଆର୍ଥିକ ସଙ୍କଟ ବଢ଼ିପାରେ।

ଗାଧୁଆ ଘରେ ନ ରଖିବା ଦରକାର

ସ୍ନାନ ବା ଗାଧୁଆ ଘରେ ଔଷଧ ରଖିବା ବାସ୍ତୁ ଦୋଷକୁ ବଢ଼ାଇଥାଏ। ଏହି ସ୍ଥାନରେ ନକାରାତ୍ମକ ଉର୍ଜା ଅଧିକ ରହିଥାଏ। ଏଠାରେ ରଖାଯାଇଥିବା ଔଷଧର ଓଲଟା ପ୍ରଭାବ ପଡ଼ିପାରେ ଏବଂ ରୋଗ ଅଧିକ ଦିନ ଲାଗି ରହିଥାଏ। ବାସ୍ତୁ ବିଶେଷଜ୍ଞଙ୍କ ମତରେ ଏପରି କରିବା ସଂପୂର୍ଣ୍ଣ ଭୁଲ୍।

ମୁଣ୍ଡ ପାଖରେ କିମ୍ବା ଶେଯ ପାଖରେ ରଖିବା ଭୁଲ

ଅନେକ ଲୋକ ଔଷଧକୁ ମୁଣ୍ଡ ପାଖରେ କିମ୍ବା ଶେଯ ପାଖରେ ରଖିଥାନ୍ତି। ବାସ୍ତୁ ଅନୁସାରେ, ଏଭଳି କରିବା ଦ୍ବାରା ରାହୁ- କେତୁର ପ୍ରଭାବ ବଢ଼ିଥାଏ। ଏହାଦ୍ବାରା ଭଲ ନିଦ ହୋଇନଥାଏ, ମାନସିକ ଅଶାନ୍ତି ବଢ଼େ, ରୋଗ ଜଲଦି ଠିକ୍ ହୁଏନାହିଁ। ଔଷଧକୁ ସବୁବେଳେ ଶେଯ ପାଖରୁ ଦୂରରେ ରଖନ୍ତୁ।

ଡାଇନିଂ ଟେବୁଲ ଉପରେ ଔଷଧ ରଖନ୍ତୁ ନାହିଁ

ବାସ୍ତୁ ଅନୁସାରେ, ଖାଇବା ସ୍ଥାନରେ ବିଶେଷ କରି ଡାଇନିଂରେ ଔଷଧ ରଖିବା ଅଶୁଭ ହୋଇଥାଏ। ଏହାଦ୍ବାରା ଘରର ସଦସ୍ୟ ବାରମ୍ବାର ଅସୁସ୍ଥ ହୋଇପାରନ୍ତି। ଖାଦ୍ୟ ଏବଂ ଔଷଧର ଉର୍ଜା ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ଏହାକୁ ଏକାଠି ରଖିବା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ଐଶାନ୍ୟ କୋଣରେ ରଖନ୍ତୁ ନାହିଁ ଔଷଧ

ଘରର ଐଶାନ୍ୟ କୋଣ ଦେବତାଙ୍କ ସ୍ଥାନ ହୋଇଥାଏ। ଏଠାରେ ଔଷଧ ରଖିବା ସ୍ବାସ୍ଥ୍ୟଗତ ଖର୍ଚ୍ଚ ବଢ଼ାଇଥାଏ ଏବଂ ଘରରେ ସକାରାତ୍ମକ ଉର୍ଜା କମ୍ ହୋଇଯାଏ। ଏହି କୋଣକୁ ସବୁବେଳେ ସ୍ବଚ୍ଛ ଏବଂ ପବିତ୍ର ରଖିବା ଦରକାର।

ଔଷଧ କେଉଁଠି ରଖିବା ଦରକାର ?

ଔଷଧ ରଖିବା ପାଇଁ ଆଲମିରା କିମ୍ବା ଥାକ ଉତ୍ତମ ସ୍ଥାନ। ଏହାକୁ ଉଚ୍ଚତାରେ ରଖିବା ଦରକାର। ଏମିତି କରିବା ଦ୍ବାରା ଘରର ଛୋଟ ପିଲାମାନେ ମଧ୍ୟ ଏହାକୁ ପାଇପାରିବେ ନାହିଁ। ଏହାଦ୍ବାରା ଔଷଧ ସୁରକ୍ଷିତ ରହିଥାଏ ଏବଂ ଘରେ ସକାରାତ୍ମକ ଉର୍ଜା ବଜାୟ ରହିଥାଏ।

ଉଚିତ ଦିଗରେ ରଖିବା ଦ୍ବାରା ମିଳିଥାଏ ଲାଭ

ଔଷଧକୁ ଉତ୍ତର କିମ୍ବା ଉତ୍ତର- ପଶ୍ଚିମ ଦିଗରେ ରଖିବା ଭଲ ହୋଇଥାଏ। ଏହି ଦିଗରେ ରଖାଯାଇଥିବା ଔଷଧ ଜଲଦି ପ୍ରଭାବ ପକାଇଥାଏ ଏବଂ ଶୀଘ୍ର ଆରୋଗ୍ୟ ଆଣିଥାଏ। ଗ୍ଲାସ୍ କିମ୍ବା କାଠ ଡବାରେ ରଖିବା ଦ୍ବାରା ଉର୍ଜା ଏବଂ ସଂରକ୍ଷିତ ରହିଥାଏ।

ବି.ଦ୍ର: ଦିଆଯାଇଥିବା ସୂଚନା ବାସ୍ତୁ ଶାସ୍ତ୍ର ଆଧାରିତ । ଏହାର ସଂପୂର୍ଣ୍ଣ ସତ୍ୟତା ଉପରେ ପ୍ରମେୟନ୍ୟୁଜସେଭେନ ଦାବି କରୁନାହିଁ। ବିସ୍ତୃତ ଏବଂ ଅଧିକ ସୂଚନା ପାଇଁ ବାସ୍ତୁବିଦ୍ଙ୍କ ପରାମର୍ଶ ନିଅନ୍ତୁ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button