ଖେଳଜାତୀୟ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଚିନ୍ତାରେ ରୋହିତଙ୍କ ଫର୍ମ୍

୨ଟି ଟି-ସ୍ପେଷ୍ଟି ସିରିଜ ପରାଜିତ ହେବା ପରେ ପ୍ରଥମ ଦିନିକିଆ ବିଜୟ ଭାରତୀୟ ଦଳକୁ ଆଶ୍ୱସ୍ତ କରିଛି। ତଥାପି ଅନେକ ତ୍ରୁଟି ସୁଧାରିବା ଜରୁରି ହୋଇ ପଡ଼ିଛି। ବିଶେଷ କରି ଟପ ଅର୍ଡର ଖେଳାଳିମାନଙ୍କୁ ଦାୟିତ୍ଵପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ।

ନୂଆଦିଲ୍ଲୀ, ୧୬|୦୭: ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାର ଦ୍ବିତୀୟ ଦିନିକିଆ ଖେଳାଯିବ। ପ୍ରଥମ ମ୍ୟାଚ ପରାଜିତ ହୋଇଥିବା ଇଂଲଣ୍ଡ ତ୍ରୁଟି ସୁଧାରି ପ୍ରତ୍ୟାବର୍ତ୍ତନ ପାଇଁ ପୟାସ କରିବ। ଭାରତ ନିକଟରେ ସିରିଜ ବିଜୟ ପାଇଁ ସୁଯୋଗ ରହିଛି। ତଥାପି ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଦଳର ଚିନ୍ତା ରହିଛି।

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

୨ଟି ଟି-ସ୍ପେଷ୍ଟି ସିରିଜ ପରାଜିତ ହେବା ପରେ ପ୍ରଥମ ଦିନିକିଆ ବିଜୟ ଭାରତୀୟ ଦଳକୁ ଆଶ୍ୱସ୍ତ କରିଛି। ତଥାପି ଅନେକ ତ୍ରୁଟି ସୁଧାରିବା ଜରୁରି ହୋଇ ପଡ଼ିଛି। ବିଶେଷ କରି ଟପ ଅର୍ଡର ଖେଳାଳିମାନଙ୍କୁ ଦାୟିତ୍ଵପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ।

ପ୍ରଥମ ମ୍ୟାଚରେ ଉଭୟ ରୋହିତ ଓ କୋହଲି ନିରାଶ କରିଥିଲେ। ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ଶୃଙ୍ଖଳିତ କରିଛି। ତାଙ୍କ ଉପସ୍ଥିତିରେ ଅନ୍ୟ ପେସ୍ ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱିକେଟ୍ ନେଲେ ଦିନିକିଆରେ ୫୦ ୱିକେଟ୍ ପୂରଣ କରିବେ।

କାର୍ଡିଫରେ ଇଂଲଣ୍ଡ ଖେଳିଥିବା ଶେଷ ୧୪ଟି ଦିନିକିଆରୁ ୧୦ଟିରେ ବିଜୟ ହାସଲ କରିଛି। ଭାରତ ମଧ୍ୟ ଏହି ଗ୍ରାଉଣ୍ଡରେ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ରିଟାୟାର୍ଡ ହର୍ଟ ହୋଇଥିବା ଅଧିନାୟକ ଶୁଭମନ ଗିଲ୍ ଫିଟ୍ ଘୋଷିତ ହୋଇଛନ୍ତି। ଫଳରେ ସେ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି। କାର୍ଡିଫ ପିଚ୍ ସର୍ବଦା ପେସ୍ ବୋଲରଙ୍କୁ ସହାୟତା କରି ଆସିଛି। ଏଠାରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପରି ନେଇ ମ୍ୟାଚ ଜିତିବାର ରେକର୍ଡ ରହିଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button