ରାଜ୍ୟ

Puri Rathayatra: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ସଅଳ ଚାଲିଛି ନୀତିକାନ୍ତି

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସାରା ରାଜ୍ୟରେ ପ୍ରବଳ ବର୍ଷା ଚାଲିଛି। ତଥାପି ଭକ୍ତଙ୍କ ସମାଗମ କମିବାର ନାହିଁ। ଏଣେ ସଅଳ ଚାଲିଛି ନୀତିକାନ୍ତି। ସକାଳ ୯ଟାରେ ରଥପ୍ରତିଷ୍ଠା ହେବ।

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସାରା ରାଜ୍ୟରେ ପ୍ରବଳ ବର୍ଷାଚାଲିଛି। ତଥାପି ଭକ୍ତଙ୍କ ସମାଗମକମିବାର ନାହିଁ। ଏଣେ ସଅଳ ଚାଲିଛି ନୀତିକାନ୍ତି। ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଏହି ପର୍ବରେ ଯୋଡ଼ି ହେଲେଣି ଲକ୍ଷାଧିକ ଭକ୍ତ। ଏଣେ ପୁରୀ ଆଜି ପୁଲିସ ଛାଉଣିରେ ପରିଣତ ହୋଇଛି।

ଅପେକ୍ଷାରେ ତିନି ରଥ 

କେବଳ ଭକ୍ତ ନୁହଁନ୍ତି, ତିନି ରଥ ମଧ୍ୟ ଯେପରି ପ୍ରଭୁଙ୍କ ଆଗମନକୁ ଚାହିଁ ବସିଛନ୍ତି। ଆହତ କପୋତୀ ପରି ସେମାନେ ଅପେକ୍ଷା କରୁଛନ୍ତି। କେତେବେଳେ ସାଆନ୍ତେ ବିଜେ କରିବେ। ସେହି ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ। କେବଳ ରଥ ନୁହେଁ, ବଡ଼ଦାଣ୍ଡ ମଧ୍ୟ ନାନାବିଧ ମୁରୁଜରେ ସୁସଜ୍ଜିତ ହୋଇ ଝଟକୁଛି। ହରିବୋଲ ଏବଂ ହୁଳହୁଳିର ଶଦ୍ଦ ଗୀତ ଓ ନୃତ୍ୟରେ ଗଗନ-ପବନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଉ କେତେ ଭକ୍ତ ଦେଶ-ବିଦେଶର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି ଖାଲି ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ। ମନର କୋହକୁ କାଳିଆଙ୍କ ପାଖରେ ପ୍ରକାଶ କରିବା ପାଇଁ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button