ଡରାଇଲାଣି ବାତ୍ୟା ଭୟ ! ସମୁଦ୍ରରେ ବଳ ଗୋଟାଉଛି ‘ଏଲିଡା’, ୧୦୦ କିଲୋମିଟର ବେଗରେ ବହିବ ପବନ
ଏପି ନ୍ୟୁଜର ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରରେ ବାତ୍ୟା ଏଲିଡା ମୁଣ୍ଡ ଟେକିଛି । ଏବେସୁଦ୍ଧା ଏହାସ୍ଥଳଭାଗ ଛୁଇଁବା ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନି । କେହି କେହି ଏହାର ପ୍ରଭାବକୌଣସି ସ୍ଥଳଭାଗ ଉପରେ ପଡିବ ନାହିଁ ବୋଲି ମତ ଦେଉଛନ୍ତି ।ଅର୍ଥାତ ଏହା ସମୁଦ୍ରରେ ସୃ,ଷ୍ଟି ହୋଇ ସମୁଦ୍ରରେ ହିଁ ସୀମିତ ରହିବ ।

ନ୍ୟୁୟର୍କ, ୧୬|୦୭: ରାଜ୍ୟରେ ଲାଗିରହିଛି ବର୍ଷା । ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡିଶା । ବିଭିନ୍ନ ଜିଲ୍ଲାରେ ନଦୀ ନାଳ ଆଦି ଫୁଲିଲାଣି । ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ସେହିପରି ଜୁଲାଇ୨୩–୨୪ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଯାହା ବର୍ଷାର ପରିମାଣକୁ ବଢାଇବ । ଏସବୁ ଭିତରେ ପ୍ରଶାନ୍ତ ମହାସାଗରରେ ମୁଣ୍ଡ ଟେକିଛି ହରିକେନ୍ ବା ସାମୁଦ୍ରିକ ଝଡ଼ବାତ୍ୟା ।
ଏପି ନ୍ୟୁଜର ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରରେ ବାତ୍ୟା ଏଲିଡା ମୁଣ୍ଡ ଟେକିଛି । ଏବେସୁଦ୍ଧା ଏହାସ୍ଥଳଭାଗ ଛୁଇଁବା ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନି । କେହି କେହି ଏହାର ପ୍ରଭାବକୌଣସି ସ୍ଥଳଭାଗ ଉପରେ ପଡିବ ନାହିଁ ବୋଲି ମତ ଦେଉଛନ୍ତି ।ଅର୍ଥାତ ଏହା ସମୁଦ୍ରରେ ସୃଷ୍ଟି ହୋଇ ସମୁଦ୍ରରେ ହିଁ ସୀମିତ ରହିବ ।
ନ୍ୟାଶନାଲ ହରିକେନ୍ ଟ୍ରାକର୍ ଅଫ୍ ମିଆମି କହିଛି ଯେ, ବାତ୍ୟା ଏଲିଡା ବର୍ତ୍ତମାନ ମେକ୍ସିକୋର ବାଜା କାଲିଫର୍ଣ୍ଣିଆ ଉପଦ୍ୱୀପଠୁ୬୨୦ମାଇଲ୍ ବା୧୦୦୦କିଲୋମିଟର ଦୂରରେ ରହିଛି । ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ୬୦ମାଇଲ୍ ବା୯୫ରୁ୧୦୦କିଲୋମିଟର ରହିପାରେ । ଧିରେ ଧିରେ ଏହା ଆହୁରି ବଳ ଗୋଟାଇ ଶକ୍ତିଶାଳୀ ହେବ । ଶୁକ୍ରବାର ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । ଏହାକୁ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନଥିବା ପାଣିପାଗ ବିଭାଗ କହିଛି ।
ଫକ୍ସ ନ୍ୟୁଜ ଅନୁସାରେ, ଏଲିଡା ଗୁରୁବାର ରାତି କିମ୍ବା ଶୁକ୍ରବାର ଭୟଙ୍କର ବାତ୍ୟା ବା ହରିକେନର ରୂପ ନେବ । ଏହା ପୂର୍ବ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚଳିତ ବର୍ଷର ପ୍ରଥମ ହରିକେନ୍ ଅଟେ । କିନ୍ତୁ୨୦୨୩ଜୁଲାଇ ପରଠୁ ଏହି ଅଞ୍ଚଳରେ ଆସିଥିବା ହରିକେନ୍ ମଧ୍ୟରୁ ଏଲିଡା ହେଉଛି ପଞ୍ଚମ । ପୂର୍ବରୁ ଆମଣ୍ଡା, ବୋରିସ, କ୍ରିଷ୍ଟିନା, ଡଗଲାସ୍ ତାଣ୍ଡବ ରଚାଇ ସାରିଛନ୍ତି ।
ସୌଜନ୍ୟ Prameya News7




