ଜିଲ୍ଲାରାଜ୍ୟ

ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ସୁଦର୍ଶନ

ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ସୁଦର୍ଶନ

ପୁରୀ: ଆରମ୍ଭ ହେଲା  ପହଣ୍ଡି ।  ପ୍ରଥମେ  ଆରମ୍ଭ ହେଲା  ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି । ଶହ ଶହ ଭକ୍ତଙ୍କ ଗହଣରେ  ପହଣ୍ଡି  ଆରମ୍ଭ ।  ପବିତ୍ର ରଥଯାତ୍ରାରେ ଶ୍ରୀମନ୍ଦିରରୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ପହଣ୍ଡି ବିଜେ ସମୟରେ ସର୍ବପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥାଏ। ଘଣ୍ଟ, କାହାଳୀ ଓ ଶଙ୍ଖ ନାଦରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ । ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି ‘ଧାଡ଼ି ପହଣ୍ଡି’ରେ ଶ୍ରୀମନ୍ଦିରର ସାତପାହାଚ ଦେଇ ବାହାରକୁ  ଆଣୁଛନ୍ତି ।

ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥକୁ ବିଜେ କରାଯିବ। ଭକ୍ତମାନଙ୍କ ‘ହରିବୋଲ’ ଓ ‘ହୁଳହୁଳି’ ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭୁଙ୍କର ଏହି ମନୋରମ ପହଣ୍ଡି ଦେଖି ଭକ୍ତମାନେ ବିଭୋର । ସୁଦର୍ଶନଙ୍କ ପହଣ୍ଡି ପରେ କ୍ରମାନ୍ୱୟରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ  ହେବ ।  ଏହା ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button