ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ
କ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ। ଟାହିଆ ହଲେଇ ହଲେଇ ଆସୁଛନ୍ତି ହଳଧର । ବଡ଼ ଦେଉଳରୁ ବଡ଼ ଦାଣ୍ଡ ଅଭିମୁଖେ ବଡ଼ ଠାକୁର। ପ୍ରଭୁ ବଳଭଦ୍ରଙ୍କୁ ଦେଖିବାକୁ ଭକ୍ତଙ୍କ ଗହଣେରେ ଲାଗିଛି ଠେଲାପେଲା। ଶ୍ରୀମନ୍ଦିର ବେଢ଼ା ଓ ବଡ଼ଦାଣ୍ଡ 'ହରିବୋଲ' ଏବଂ 'ହୁଳହୁଳି' ଶବ୍ଦରେ ପ୍ରକମ୍ପିତ ହୋଇଉଠଛି ।

ପୁରୀ : ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ। ଟାହିଆ ହଲେଇ ହଲେଇ ଆସୁଛନ୍ତି ହଳଧର । ବଡ଼ ଦେଉଳରୁ ବଡ଼ ଦାଣ୍ଡ ଅଭିମୁଖେ ବଡ଼ ଠାକୁର। ପ୍ରଭୁ ବଳଭଦ୍ରଙ୍କୁ ଦେଖିବାକୁ ଭକ୍ତଙ୍କ ଗହଣେରେ ଲାଗିଛି ଠେଲାପେଲା। ଶ୍ରୀମନ୍ଦିର ବେଢ଼ା ଓ ବଡ଼ଦାଣ୍ଡ ‘ହରିବୋଲ’ ଏବଂ ‘ହୁଳହୁଳି’ ଶବ୍ଦରେ ପ୍ରକମ୍ପିତ ହୋଇଉଠଛି । ଘଣ୍ଟୁଆମାନଙ୍କର ତାଳେ ତାଳେ ଘଣ୍ଟ, କାହାଳୀ ଓ ଶଙ୍ଖର ପବିତ୍ର ଧ୍ୱନି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି ସାତପାହାଚ ଦେଇ ‘ଧାଡ଼ି ପହଣ୍ଡି’ରେ ବାହାରକୁ ଆଣୁଛନ୍ତି ବଡ଼ ଠାକୁରଙ୍କୁ ।
ପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ସୁଦୃଶ୍ୟ ‘ଟାହିଆ’ ପହଣ୍ଡି ସମୟରେ ଝୁଲିବା ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ବଡ଼ଠାକୁରଙ୍କ ଗଜଗାମୀ ଚାଲି ଓ ତାଙ୍କର ସେହି ଭାବପୂର୍ଣ୍ଣ ଝୁଲଣା ଦେଖି ଭକ୍ତମାନେ ଭାବବିହ୍ୱଳ । ବଳଭଦ୍ର ହେଉଛନ୍ତି ଶକ୍ତି ଓ ବଳର ଅବତାର, ତେଣୁ ତାଙ୍କ ପହଣ୍ଡିରେ ଏକ ନିଆରା ଗାମ୍ଭୀର୍ଯ୍ୟ ପରିଲକ୍ଷିତ ହୁଏ ।
ଧୀରେ ଧୀରେ ଝୁଲି ଝୁଲି ପ୍ରଭୁ ବଡ଼ଦାଣ୍ଡକୁ ଆସୁଛନ୍ତି। ‘ତାଳଧ୍ୱଜ’ ରଥ ଉପରେ ବିଜେ କରିବେ ବଡ଼ ଠାକୁର । ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ କୋଟି କୋଟି ଭକ୍ତଙ୍କ ସମାଗମ । ବଳଭଦ୍ରଙ୍କ ପହଣ୍ଡି ଶେଷ ହେବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେବ ।
ସୌଜନ୍ୟ ସମ୍ବାଦ




