ଜିଲ୍ଲାରାଜ୍ୟ

Death: ଖେଳୁଥିବାବେଳେ ଗାଡ଼ିଆରେ ପଡ଼ି ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଖେଳୁଥିବା ସମୟରେ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି।

ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଖେଳୁଥିବା ସମୟରେ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ମହୁରୀ ଗ୍ରାମର ବିଜୟ କୁମାର ଦଳେଇଙ୍କ ୩ ବର୍ଷୀୟ ପୁଅ ତନ୍ମୟ କୁମାର ଦଳେଇ ।

ସୂଚନା ଅନୁସାରେ, ଶିଶୁଟି ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତାବଶତଃ ପାଖରେ ଥିବା ଗାଡ଼ିଆରେ ପଡ଼ିଯାଇଥିଲା। ପରିବାର ଲୋକେ ତାକୁ ଖୋଜାଖୋଜି କରିବା ପରେ ଗାଡ଼ିଆରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ବୈଶିଙ୍ଗା ସ୍ଥିତ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ମାଆ ଚେତାଶୂନ୍ୟ ହୋଇପଡ଼ିଥିଲେ

ଏହି ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ନିଜ ଆଖି ଆଗରେ ସାନ ପୁଅର ମୃତ୍ୟୁ ଦେଖି ମାଆ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ବାପା ଓ ଅନ୍ୟ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ସମଗ୍ର ଗ୍ରାମ ପରିବେଶ ଶୋକାକୁଳ ହୋଇଉଠିଛି।
ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ହୃଦୟବିଦାରକ ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ଛୋଟ ଛୋଟ ପିଲାମାନଙ୍କ ସୁରକ୍ଷା ପ୍ରତି ଅଭିଭାବକମାନେ ଅଧିକ ସତର୍କ ରହିବା ସହ ଖୋଲା ଜଳାଶୟ ଓ ଗାଡ଼ିଆ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button