
କୋରାପୁଟ: କୋରାପୁଟଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।
ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ହେମନ୍ତ ଠାକୁର ଏବଂ ଅନ୍ୟ ଜଣେ ହରଣ ପ୍ରତ୍ୟାଶା ଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ ସମ୍ବାଦ




