ଜିଲ୍ଲାରାଜ୍ୟ

OFTDA: ଓଏଫ୍‌ଟିଡିଏ ପକ୍ଷରୁ ରଥଯାତ୍ରାରେ ବିବିଧ ସେବା ପ୍ରଦାନ, ବହୁ ସିନେ ନିର୍ଦ୍ଦେଶକ ସାମିଲ

ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ(OFTDA) ତରଫରୁ ଭକ୍ତ ସାଲବେଗ ମନ୍ଦିର ନିକଟରେ ନିଃଶୁଳ୍କ ଜଳ, ଘୋଳଦହି, ଛତା, ଟି ସାର୍ଟ ବଣ୍ଟନ କରାଯାଉଛି।

ପୁରୀ: ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ(OFTDA) ତରଫରୁ ନିଃଶୁଳ୍କ ଜଳ, ଘୋଳଦହି, ଛତା, ଟି ସାର୍ଟ ବଣ୍ଟନ କରାଯାଉଛି। ପୁରୀର ଭକ୍ତ ସାଲବେଗ ମନ୍ଦିର ନିକଟରେ ଏହା ଜାରି ରହିଛି। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପୁରୀ ବଡ଼ଡାଣ୍ଡରେ ଏ ସେବା ପ୍ରଦାନ କରାଯାଉଛି।

ବହୁ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଛନ୍ତି

ଏ ବର୍ଷ ଏହି ସେବା ପ୍ରଦାନ ଅବସରରେ ଅନୁଷ୍ଠାନ ତରଫରୁ ବହୁ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଛନ୍ତି।  ସବ୍ୟସାଚୀ ମହାପାତ୍ର, ହିମାଂଶୁ ଖଟୁଆ, ଗଦାଧର ପୁଟି, ତାପସ ସରଘରିଆ, ବବି ଇସଲାମ, ଅଶୋକ ପତି, ପ୍ରଦୀପ ଦାଶ, ତ୍ରିପତି କୁମାର ସାହୁ, ଉମେଶ ଦାଶ, ଶିବ ମହାନ୍ତି, ଅଜୟ ସିଂ, ଶୈଳେନ୍ଦ୍ର ପରିଡା, ଓ କୁନାଲ ପଟନାୟକ ପ୍ରମୁଖ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଥିବା ଜଣାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button