
ପୁରୀ: ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ(OFTDA) ତରଫରୁ ନିଃଶୁଳ୍କ ଜଳ, ଘୋଳଦହି, ଛତା, ଟି ସାର୍ଟ ବଣ୍ଟନ କରାଯାଉଛି। ପୁରୀର ଭକ୍ତ ସାଲବେଗ ମନ୍ଦିର ନିକଟରେ ଏହା ଜାରି ରହିଛି। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପୁରୀ ବଡ଼ଡାଣ୍ଡରେ ଏ ସେବା ପ୍ରଦାନ କରାଯାଉଛି।
ବହୁ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଛନ୍ତି
ଏ ବର୍ଷ ଏହି ସେବା ପ୍ରଦାନ ଅବସରରେ ଅନୁଷ୍ଠାନ ତରଫରୁ ବହୁ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଛନ୍ତି। ସବ୍ୟସାଚୀ ମହାପାତ୍ର, ହିମାଂଶୁ ଖଟୁଆ, ଗଦାଧର ପୁଟି, ତାପସ ସରଘରିଆ, ବବି ଇସଲାମ, ଅଶୋକ ପତି, ପ୍ରଦୀପ ଦାଶ, ତ୍ରିପତି କୁମାର ସାହୁ, ଉମେଶ ଦାଶ, ଶିବ ମହାନ୍ତି, ଅଜୟ ସିଂ, ଶୈଳେନ୍ଦ୍ର ପରିଡା, ଓ କୁନାଲ ପଟନାୟକ ପ୍ରମୁଖ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଥିବା ଜଣାଯାଇଛି।
ସୌଜନ୍ୟ ସମ୍ବାଦ




