ଦେଶ ବିଦେଶ

Supreme Court: ମରଣାନ୍ତକ ରୋଗରେ ପୀଡ଼ିତ କଏଦୀଙ୍କ ଶୀଘ୍ର ମୁକ୍ତି ପାଇଁ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ମରଣାନ୍ତକ ରୋଗରେ ପୀଡ଼ିତ କଏଦୀମାନଙ୍କୁ ମାନବିକ ଆଧାରରେ ସମୟ ପୂର୍ବରୁ ମୁକ୍ତି ଦେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ମରଣାନ୍ତକ ରୋଗରେ ପୀଡ଼ିତ କଏଦୀମାନଙ୍କୁ ମାନବିକ ଆଧାରରେ ସମୟ ପୂର୍ବରୁ ମୁକ୍ତି ଦେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଏଦୀଙ୍କ ଜୀବନ, ମର୍ଯ୍ୟାଦା ଓ ମାନବିକ ଅଧିକାରର ସୁରକ୍ଷାକୁ ଗୁରୁତ୍ୱ ଦେଇ ଶୀର୍ଷ ଅଦାଲତ କହିଛନ୍ତି ଯେ, ଜୀବନର ଶେଷ ପର୍ଯ୍ୟାୟରେ ଥିବା ବନ୍ଦୀମାନଙ୍କ ମାମଲାରେ ଏଭଳି ନୀତି ଅତ୍ୟନ୍ତ ଆବଶ୍ୟକ।

ସୁପ୍ରିମ୍‌କୋର୍ଟକହିଛନ୍ତି, ଦେଶର ଅନେକ କାରାଗାରରେ ଏପରି ବନ୍ଦୀ ଅଛନ୍ତି, ଯେଉଁମାନେ ଅସାଧ୍ୟ କିମ୍ବା ମରଣାନ୍ତକ ରୋଗରେ ପୀଡ଼ିତ। ସେମାନଙ୍କ ଚିକିତ୍ସା, ଶାରୀରିକ ଅବସ୍ଥା ଓ ଜୀବନର ଶେଷ ସମୟକୁ ବିଚାର କରି ମାନବିକ ଦୃଷ୍ଟିକୋଣରୁ ଶୀଘ୍ର ମୁକ୍ତି ଦେବା ସମ୍ଭାବନାକୁ ବିଚାର କରାଯିବା ଉଚିତ। ଅଦାଲତ କହିଛନ୍ତି, ବର୍ତ୍ତମାନ ସମସ୍ତ ରାଜ୍ୟରେ ଏ ସମ୍ପର୍କିତ ସମାନ ନୀତି ନାହିଁ। ଏହା ଫଳରେ ସମାନ ପରିସ୍ଥିତିରେ ଥିବା କଏଦୀମାନେ ଭିନ୍ନ ଭିନ୍ନ ବ୍ୟବସ୍ଥାର ସମ୍ମୁଖୀନ ହେଉଛନ୍ତି।

ତେଣୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ପଷ୍ଟ ନିୟମାବଳୀ ପ୍ରସ୍ତୁତ କରିବା ଆବଶ୍ୟକ, ଯାହା ଅନୁସାରେ ଏଭଳି ଆବେଦନର ଶୀଘ୍ର ଓ ନିରପେକ୍ଷ ବିଚାର କରାଯାଇପାରିବ। ସୁପ୍ରିମ୍‌କୋର୍ଟ କହିଛନ୍ତି, ଏଭଳି ନୀତି ପ୍ରସ୍ତୁତ କରିବା ସମୟରେ ବନ୍ଦୀଙ୍କ ରୋଗର ଗମ୍ଭୀରତା, ଚିକିତ୍ସକଙ୍କ ମତ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଅପରାଧର ପ୍ରକୃତି ଓ ସମାଜ ଉପରେ ଏହାର ପ୍ରଭାବ ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରାଯିବା ଦରକାର। ମାନବିକତା ଓ ଆଇନର ସନ୍ତୁଳନ ରକ୍ଷା କରି ନିଷ୍ପତ୍ତି

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button