ଦେଶ ବିଦେଶ

BJP: ମଧ୍ୟପ୍ରଦେଶରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ବିବାଦରେ ଫସିଗଲେ ବିଜେପି ନେତା

ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର ଜଣେ ବିଜେପି ବିଧାୟକ ବିବାଦରେ ଫସି ଯାଇଛନ୍ତି। ଏକ ପଡ଼ୋଶୀ ବିଧାନସଭା ନିର୍ବାଚନମଣ୍ଡଳୀର ଗ୍ରାମବାସୀମାନେ ସେମାନଙ୍କ ଅସୁବିଧା ସଂକ୍ରାନ୍ତରେ ଜଣାଇବାପାଇଁ ବିଧାୟକଙ୍କ ନିକଟକୁ ଆସିଥିବାବେଳେ ସେ କହିଥିଲେ, ସେମାନେ ତାଙ୍କ ଭୋଟର ନୁହନ୍ତି।

ଭୋପାଳ : ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର ଜଣେ ବିଜେପିବିଧାୟକ ବିବାଦରେ ଫସି ଯାଇଛନ୍ତି। ଏକ ପଡ଼ୋଶୀ ବିଧାନସଭା ନିର୍ବାଚନମଣ୍ଡଳୀର ଗ୍ରାମବାସୀମାନେ ସେମାନଙ୍କ ଅସୁବିଧା ସଂକ୍ରାନ୍ତରେ ଜଣାଇବାପାଇଁ ବିଧାୟକଙ୍କ ନିକଟକୁ ଆସିଥିବାବେଳେ ସେ କହିଥିଲେ, ସେମାନେ ତାଙ୍କ ଭୋଟର ନୁହନ୍ତି। ଉକ୍ତ ଘଟଣାକୁ ବିରୋଧ କରି ଜଣେ ଗ୍ରାମବାସୀ ତାଙ୍କ ଶିଶୁକୁ କାର୍‌ ବନେଟ୍‌ ଉପରେ ରଖି ଆନ୍ଦୋଳନ କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନରୱର ତହସିଲର ଡକ୍ଟର ଭୀମରାଓ ଆମ୍ବେଦକର ଭବନରେ କରେରା ବିଧାୟକ ରମେଶ ଖଟିକଙ୍କ ଦ୍ବାରା ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ନାନକପୁର ଏବଂ ବାରଖଡ଼ି ଗ୍ରାମର କିଛି ବାସିନ୍ଦା ଯେଉଁମାନେ କଂଗ୍ରେସ ବିଧାୟକ କୈଳାସ କୁଶୱାହ ପ୍ରତିନିଧିତ୍ବ କରୁଥିବା ପୋହାରୀ ନିର୍ବାଚନମଣ୍ଡଳୀର ସେମାନେ ନିଜ ଅଞ୍ଚଳର ଜଳସଙ୍କଟସମସ୍ୟା ଉଠାଇବାପାଇଁ ବିଜେପି ବିଧାୟକଙ୍କ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଜେପି ନେତା ସେମାନଙ୍କ ଅଭିଯୋଗ ଶୁଣିବାପରେ କହିଥିଲେ ଯେ ସେମାନେ ପୋହାରୀ ନିର୍ବାଚନମଣ୍ଡଳୀର ଏବଂ ସେମାନେ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟର ନୁହନ୍ତି। ବିଜେପି ବିଧାୟକ ସେମାନଙ୍କୁ ସେମାନଙ୍କ ନିଜ ବିଧାୟକଙ୍କ ପାଖରେ ଅନୁରୋଧ କରିବାପାଇଁ କହିଥିବା ସେମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button