ରାଜ୍ୟ

Snatched: ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶାରଦା ସାହୁ ଘର ନିକଟରେ ସକାଳେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ୧୪ ଗ୍ରାମର ସୁନାଚେନ ଲୁଟିନେଇଥିବା ଜଣାପଡିଛି।

ସୋର: ସକାଳେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ୧୪ ଗ୍ରାମର ସୁନାଚେନ ଲୁଟିନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶାରଦା ସାହୁ ଘର ନିକଟରେ ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି ଠିକଣା ପଚାରିବା ବାହାନାରେ ତାଙ୍କ ବେକରେ ଥିବା ୧୪ ଗ୍ରାମ ଓଜନର ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ଏନେଇ ଶାରଦା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button