ଦେଶ ବିଦେଶ

Jantar Mantar: ଜନ୍ତର ମନ୍ତରରେ ହଙ୍ଗାମା: ସିଜେପି ମୁଖ୍ୟ ଅଭିଜିତ୍ ଦୀପକେଙ୍କ ଉପରକୁ କାଳିମାଡ଼, ମହିଳା ଅଟକ

ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରୁଥିବା ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଉପରକୁ ଜଣେ ମହିଳା ହଠାତ୍ ଆସି କାଳି ଫିଙ୍ଗିଛନ୍ତି।

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରୁଥିବା ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଉପରକୁ ଜଣେ ମହିଳା ହଠାତ୍ ଆସି କାଳି ଫିଙ୍ଗିଛନ୍ତି। ଏହି ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦିଲ୍ଲୀ ପୋଲିସ ତୁରନ୍ତ ତତ୍ପରତା ଦେଖାଇ ଉକ୍ତ ମହିଳାଙ୍କୁ ନିଜ ହେପାଜତକୁ ନେଇଛି। ପୁଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଘଟଣାର ଅଧିକ ତଦନ୍ତ କରୁଛି

ଘଟଣାର ସୂଚନା ଅନୁଯାୟୀ, ନିଟ୍ ପେପର୍ ଲିକ୍ ପ୍ରସଙ୍ଗରେ ଜନ୍ତର ମନ୍ତରରେ ଅନଶନରେ ବସିଥିବା ଶିକ୍ଷାବିତ୍ ସୋନମ୍ ୱାଙ୍ଗଚୁକଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୁଲିସ ସକାଳେ ହସ୍ପିଟାଲକୁ ନେଇଯାଇଥିଲା। ଏହାପରେ ଅଭିଜିତ୍ ଦୀପକେ ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସେ ଅନଶନରେ ବସିଥିବା ସମୟରେ ହିଁ ଏହି କାଳିମାଡ଼ର ଶିକାର ହୋଇଛନ୍ତି। ଏହି ଆକ୍ରମଣକୁ ନେଇ କୋକରୋଚ୍ ଜନତା ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଜେପି ଦାବି କରିଛି ଯେ ଏହି କାଳି ଫିଙ୍ଗିଥିବା ମହିଳା ଏବଂ ତାଙ୍କ ସହଯୋଗୀମାନେ ବିଜେପି ଦ୍ୱାରା ପଠାଯାଇଥିବା ଗୁଣ୍ଡା ଅଟନ୍ତି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ଚାଲିଥିବା ଏହି ଆନ୍ଦୋଳନକୁ ଦବାଇବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ଦଳ ଅଭିଯୋଗ କରିଛି। ପୁଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button