ଦେଶ ବିଦେଶ

Swara Bhasker: ସେଲିବ୍ରିଟି ସମର୍ଥନ କଲେ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ନାହିଁ: ସ୍ବରା

ନୂଆଦିଲ୍ଲୀ: ପୁଲିସ ସୋନମ ୱାଙ୍ଗଚୁକ୍‌ଙ୍କୁ ଦିଲ୍ଲୀର ଜନ୍ତର ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ସମୟରେ ସ୍ୱରା ଭାସ୍କରବଲିଉଡ ସେଲିବ୍ରିଟିମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ଯେଉଁମାନେ ଜନ୍ତର ମନ୍ତରରେ ଉପବାସ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବାହାରିଛନ୍ତି। ଅଭିନେତ୍ରୀ କେବଳ ଛାତ୍ର ଏବଂ ସୋନମ ୱାଙ୍ଗଚୁକଙ୍କ ଦାବିକୁ ସମର୍ଥନ କରି ନଥିଲେ ବରଂ ୱାଙ୍ଗଚୁକଙ୍କୁ ଭେଟିବା ପାଇଁ ଜନ୍ତର ମନ୍ତର ମଧ୍ୟ ଯାଇଥିଲେ, ଯେଉଁଠାରେ ସେ ମଞ୍ଚରୁ ତାଙ୍କ ଭାଷଣ ସମୟରେ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସମୟରେ, ଶାହରୁଖ ଖାନଙ୍କଠାରୁ ଆରମ୍ଭ କରି ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ସଲମାନ ଖାନଙ୍କ ପର୍ଯ୍ୟନ୍ତ ପ୍ରମୁଖ ଷ୍ଟାରମାନେ କାହିଁକି ଏ ଘଟଣାରେ ନୀରବ ଅଛି ତା ପଛର କାରଣ ବଖାଣିଥିଲେ ସ୍ବରା।

ସ୍ୱରା ଭାସ୍କର କହିଛନ୍ତି, “ସେମାନେ ଜାଣିଛନ୍ତି ଅଧିକ କହିଲେ ସ୍ବରା ଭାସ୍କର ସହିତ ଯାହା ହୋଇଥିଲା ତାଙ୍କ ସହିତ ବି ସେୟା ହେବ।

‘ସେଲିବ୍ରିଟିଙ୍କ ଉପରେ ଅତ୍ୟଧିକ ନିର୍ଭର କରନ୍ତୁ ନାହିଁ’

ସ୍ୱରା ଏହି ସମୟରେ ତାଙ୍କ ସାଥୀ କଳାକାରମାନଙ୍କ ବିଷୟରେ ନିଷ୍ପତ୍ତି ନେବା କିମ୍ବା କଡ଼ା ମତ ପ୍ରକାଶ କରିବାରୁ ନିବୃତ୍ତ ରହିଥିଲେ। ସାମାଜିକ କାରଣ ପାଇଁ ସେଲିବ୍ରିଟିଙ୍କ ଉପରେ ନିର୍ଭର ନକରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, “ସେଲିବ୍ରିଟିଙ୍କ ଉପରେ ଅତ୍ୟଧିକ ନିର୍ଭର କରନ୍ତୁ ନାହିଁ। କେବଳ ଜଣେ ସେଲିବ୍ରିଟି ସମର୍ଥନ କରିବା ଯୋଗୁଁ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ନାହିଁ; ଏହି ପ୍ରସଙ୍ଗ ନିଜସ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ସେଲିବ୍ରିଟି ଭାବରେ ନୁହେଁ, ବରଂ ଜଣେ ନାଗରିକ ଏବଂ ଜଣେ ମାଆ ଭାବରେ ଏହି ପ୍ରତିବାଦରେ ଯୋଗ ଦେଇଛି। ଏହି ପ୍ରତିବାଦ ମୋ ଝିଅର ଭବିଷ୍ୟତକୁ ମଧ୍ୟ ଚିନ୍ତାରେ ପକାଇଛି। ମୁଁ ଦେଶ ଛାଡି ‘ଗୋଲଡେନ୍ ଭିସା’ରେ ଦୁବାଇ ଯିବାକୁ ବାଧ୍ୟ ହେବାକୁ ଚାହୁଁନାହିଁ। ମୁଁ ଚାହୁଁଛି ଯେ ମୋ ଝିଅ ଏହି ଦେଶରେ ବଢ଼ିବ, ଏଠାରେ ପଢ଼ିବ ଏବଂ ମୋ ସହିତ ସମାନ ସୁଯୋଗ ପାଇବ।”

ପୂର୍ବରୁ, ସ୍ୱରା ଭାସ୍କର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ ଜଣାଇ ଏକ ବାର୍ତ୍ତା ମଧ୍ୟ ପୋଷ୍ଟ କରିଥିଲେ। ‌ଯେଉଁଥିରେ ସେ ଲେଖିଥିଲେ, “ଆମର ସମସ୍ତ ପିଲାଙ୍କ ଭବିଷ୍ୟତ ପାଇଁ ଲଢ଼ିବା ହେତୁ ଧନ୍ୟବାଦ। ସୋନମ ୱାଙ୍ଗଚୁକ୍ ସାର୍ ଆପଣ ପିଲାମାନଙ୍କ ଭବିଷ୍ୟତ ପାଇଁ ଲଢ଼ୁଛନ୍ତି। ଆପଣଙ୍କ ସହିତ ମୋର ପୂର୍ଣ୍ଣ ସମର୍ଥନ ଏବଂ କୃତଜ୍ଞତା ଅଛି।”

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button