ମନୋରଞ୍ଜନ

Raghav’s superstar dream: ରାଘବଙ୍କ ସୁପର୍‌ଷ୍ଟାର୍‌ ସ୍ବପ୍ନ

ରାଘବ ଜୁୟାଲଙ୍କ ପୃଷ୍ଠଭୂମି ନୃତ୍ୟଶିଳ୍ପୀରୁ ଚର୍ଚ୍ଚିତ ଅଭିନେତା ପାଲଟିବାର ଜୀବନଯାତ୍ରା ଖୁବ୍ ରୋଚକ। ଏକଦା ସେ ନୃତ୍ୟଶିଳ୍ପୀ ଭାବେ ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଥିଲେ। ତେବେ ସେବେଠାରୁ ଭବିଷ୍ୟତ ନେଇ ତାଙ୍କର ଧାରଣା ଖୁବ୍ ସ୍ପଷ୍ଟ ରହିଆସିଛି।

ରାଘବ ଜୁୟାଲଙ୍କ ପୃଷ୍ଠଭୂମି ନୃତ୍ୟଶିଳ୍ପୀରୁ ଚର୍ଚ୍ଚିତ ଅଭିନେତା ପାଲଟିବାର ଜୀବନଯାତ୍ରା ଖୁବ୍ ରୋଚକ। ଏକଦା ସେ ନୃତ୍ୟଶିଳ୍ପୀ ଭାବେ ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଥିଲେ। ତେବେ ସେବେଠାରୁ ଭବିଷ୍ୟତ ନେଇ ତାଙ୍କର ଧାରଣା ଖୁବ୍ ସ୍ପଷ୍ଟ ରହିଆସିଛି। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ‘କିଲ୍‌’ ଚଳଚ୍ଚିତ୍ର ଓ ‘ବ୍ୟାଡ୍‌ସ ଅଫ୍‌ ବଲିଉଡ୍‌’ ଭଳି କାର୍ଯ୍ୟକ୍ରମରେ ଅଭିନୟ କରି ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। ଏ ମାସ ୩୦ ତାରିଖରେ ‘ଭାଇ ତେରା ଷ୍ଟାର୍‌ ହୈ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି, ଯେଉଁଥିରେ ପ୍ରଥମ ଥର ପାଇଁ ରାଘବଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଅବସରରେ ସେ ଭବିଷ୍ୟତର ସବୁଠାରୁ ବଡ଼ ସ୍ବପ୍ନ ବାବଦରେ ବ୍ୟାଖ୍ୟା କରି କହିଛନ୍ତି ଯେ ତାଙ୍କର ଗୋଟିଏ ଚଳଚ୍ଚିତ୍ର ୫୦୦-୬୦୦ କୋଟି ଟଙ୍କା ବ୍ୟବସାୟ କରୁ ବୋଲି ସେ ଚାହାନ୍ତି।

ଦିନେ ଚଳଚ୍ଚିତ୍ର ଆରମ୍ଭରେ ‘ରାଘବ ଜୁୟାଲ- ସୁପର୍‌ଷ୍ଟାର୍‌’ ଲେଖା ଥିବା ଦେଖିବାର ସେ ସ୍ବପ୍ନ ଦେଖୁଛନ୍ତି। ଏ ସ୍ବପ୍ନ ପୂରଣ ହେବା ସହଜ ନୁହେଁ, କିନ୍ତୁ ରାଘବ ସେଥିପାଇଁ ଚିନ୍ତିତ ନୁହନ୍ତି କାରଣ ଏ ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା ତାଙ୍କ ପାଇଁ ସହଜ ନ ଥିଲା। ସେ ପ୍ରତିଟି ଛୋଟବଡ଼ ସୁଯୋଗର ସଦୁପଯୋଗ କରି ଆଗକୁ ବଢ଼ିଥିବାରୁ, ସଫଳତାର ସୋପାନ ଚଢ଼ିବାକୁ ବଦ୍ଧପରିକର। ତାଙ୍କ ମତରେ ପ୍ରତିଦିନ ନିଦରୁ ଉଠି, ଅସମ୍ଭବ ଜିନିଷ କରିହେବ ବୋଲି ବିଶ୍ବାସ ନ କଲେ ବଲିଉଡ୍‌ ଶିଳ୍ପରେ ତିଷ୍ଠିବା ସମ୍ଭବ ନୁହେଁ। ଆଜିକାଲି ତାଙ୍କୁ କାମ କରିବାର ଅନେକ ସୁଯୋଗ ମିଳୁଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ଏ ବର୍ଷ ବଡ଼ଦିନ ଅବସରରେ ମୁକ୍ତିଲାଭ କରିବାକୁ ଥିବା ‘କିଙ୍ଗ୍‌’ ଚଳଚ୍ଚିତ୍ରରେ ମଧ୍ୟ ଶାହରୁଖ ଖାଁଙ୍କ ସହିତ ରାଘବଙ୍କୁ ଦେଖିବାକୁ ମିଳିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button