Robbery Gang: ବାରଙ୍ଗରେ ଡକାୟତ ଓ ଚୋର ଦଳ ସକ୍ରିୟ
କିଛିଦିନ ହେଲାଣି ବାରଙ୍ଗ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତ ଓ ଚୋର ଦଳ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ପାଞ୍ଚ ଦିନ ଭିତରେ ଦୁଇଟି ଗ୍ରାମର ଦୁଇଟି ଘରକୁ ଟାର୍ଗେଟ କରି ଲୁଟ୍ କରିବା ଲାଗି ଆସିଥିବା ଡକାୟତ ଦଳ ବିଫଳ ହେଇଛନ୍ତି।

ବାରଙ୍ଗ: କିଛିଦିନ ହେଲାଣି ବାରଙ୍ଗ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତ ଓ ଚୋର ଦଳ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ପାଞ୍ଚ ଦିନ ଭିତରେ ଦୁଇଟି ଗ୍ରାମର ଦୁଇଟି ଘରକୁ ଟାର୍ଗେଟ କରି ଲୁଟ୍ କରିବା ଲାଗି ଆସିଥିବା ଡକାୟତ ଦଳ ବିଫଳ ହେଇଛନ୍ତି। ଗତ ୧୪ ତାରିଖ ରାତିରେ ଫୁଲପୋଖରୀ ଗ୍ରାମର ଜନକ ବେଉରାଙ୍କ ଘରୁ ଡକାୟତି କରିବା ପାଇଁ ସୁଦୃଶ୍ୟ ପୋଷାକ ଓ ଯୋତା ପିନ୍ଧିଥିବା ୫ ଜଣିଆ ଦଳ ଆସିଥିଲେ। ଡକାୟତମାନେ ଏକ କାଗଜ କାଢ଼ି ଦେଖୁଥିବା ସିସିଟିଭିରୁ ଦେଖିବାକୁ ମିଳିଥିଲା। ଯେଉଁଥିରୁ ସେମାନେ ପୂର୍ବରୁ ନକ୍ସା ପ୍ରସ୍ତୁତ କରି ଆସିଥିବା ଅନୁମାନ କରାଯାଉଛି। ପରେ ଗେଟ୍ ଉପରେ ଚଢ଼ି ହତା ଭିତରକୁ ପଶି କବାଟ ବାଡ଼େଇ ଡାକିଥିଲେ। କବାଟ ନ ଫିଟାଇବାରୁ ନିରାଶ ହୋଇ ଫେରିଯାଇଥିଲେ। ପୁଣି ଗତକାଲି ଅର୍ଥାତ ୧୯ ତାରିଖ ଶନିବାର ରାତିରେ କଣ୍ଟାପାଟଣା ଗ୍ରାମକୁ ତିନିଜଣିଆ ଡକାୟତ ଦଳ ଯାଇ ଆଲିଆ ସାହୁ ଘର କବାଟ ବାଡ଼େଇଥିଲେ। ଏଠାରେ ମଧ୍ୟ ସମାନ ଢଙ୍ଗରେ ଡକାୟତି କରି ନପାରି ନିରାଶ ହୋଇ ଫେରିଛନ୍ତି ଡକାୟତ ଦଳ। ଦୁଇଟି ଡକାୟତି ଉଦ୍ୟମର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ହେଲେ ଜନକ ଦେଉରାଙ୍କ ଘରୁ ଡକାୟତି ଉଦ୍ୟମର ସିସିଟିଭି ଦୃଶ୍ୟକୁ ନେଇ ବାରଙ୍ଗ ଥାନା ପୁଲିସ ତଦନ୍ତ କରୁଥିବା ବେଳେ ଏଯାବତ ସମ୍ପୃକ୍ତ ଡକାୟତ ଦଳର ଖୋଜ୍ଖବର ମିଳିନାହିଁ।
ସୌଜନ୍ୟ ସମ୍ବାଦ




