Dharmendra on Rahul: ‘ଛାତ୍ରଙ୍କୁ ରାଜନୈତିର ଅସ୍ତ୍ର କରୁଛନ୍ତି ରାହୁଲ’; ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସର ଧାରଣାକୁ ନେଇ କହିଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପାଇଁ ଏହି ପ୍ରସଙ୍ଗ ଛାତ୍ରମାନଙ୍କ ବିଷୟରେ ନୁହେଁ । କଂଗ୍ରେସ ବିତର୍କ ବଦଳରେ ରାଜନୈତିକ ପ୍ରଦର୍ଶନ ସୃଷ୍ଟି କରିବାକୁ ବାଛିଛି ।

ନୂଆଦିଲ୍ଲୀ,୨୨/୦୭: ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ ପୋଷ୍ଟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗ ବାସଭବନ ସମ୍ମୁଖରେ ଗତକାଲି ହାଇଡ୍ରାମା ଦେଖିବାକୁ ମିଳିଥିଲା । ଛାତ୍ରଙ୍କ ପକ୍ଷରୁ ସଂସଦ ମାର୍ଚ୍ଚ ବେଳେ ପୁଲିସ ଛାତ୍ରଛାତ୍ରୀଙ୍କ ଉପରେ କରିଥିବା ଲାଠିମାଡ଼ ପ୍ରତିବାଦରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଧାରଣା ଦେଇଥିଲା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି,”ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବିରୋଧୀଙ୍କ କେବଳ ଏକ ରାଜନୈତିକ ନାଟକବାଜି । ସରକାର ନିଟ୍ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ସଂସଦରେ ସମ୍ପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସତ୍ତ୍ୱେ କଂଗ୍ରେସ ଗଣତାନ୍ତ୍ରିକ ଚର୍ଚ୍ଚା ବଦଳରେ କେବଳ ଗଣମାଧ୍ୟମରେ ଶିରୋନାମା ସାଉଁଟିବାକୁ ଚେଷ୍ଟା କରୁଛି ।”
ସୌଜନ୍ୟ ପ୍ରମେୟ




