ବଡ଼ ଖବର: ଦିନିକିଆ ସିରିଜ ହାରିବା ପରେ ଅଧିନାୟକ ପଦକୁ ଇସ୍ତଫା ଦେଲେ କ୍ରିକେଟର, କହିଲେ ବ୍ୟକ୍ତିଗତ ନିଷ୍ପତ୍ତି
ଜୁନ୍ ମାସରେ ଭାରତ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳି ଥିବା ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଧିନାୟକ ହଶମତୁଲ୍ଲାହ ଶାହିଦି ପଦକୁ ଇସ୍ତଫା ଦେଇଛନ୍ତି ।

ନୂଆଦିଲ୍ଲୀ,୨୨/୦୭: ଆଫଗାନିସ୍ତାନ କ୍ରିକେଟକୁ ବଡ଼ ଖବର ସାମ୍ନାକୁ ଆସିଛି । କ୍ୟାପ୍ଟେନ୍ ପଦରୁ ଇସ୍ତଫା ଦେଲେ ଖେଳାଳି । ଜୁନ୍ ମାସରେ ଭାରତ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିବା ଆଫଗାନିସ୍ତାନ । ୩-୦ରେ ସିରିଜ ଜିତିଥିଲା ଭାରତ । ଏହି ସିରିଜ ପରାଜୟ ପରେ ଦିନିକିଆ ଅଧିନାୟକ ପଦକୁ ଇସ୍ତଫା ଦେଇଛନ୍ତି ହଶମତୁଲ୍ଲାହ ଶାହିଦି । ଏହାକୁ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ହଶମତୁଲ୍ଲାହ । ୫୫ଟି ଦିନିକିଆ ମ୍ୟାଚରେ ନେତୃତ୍ୱ ନେଇଛନ୍ତି ହଶମତୁଲ୍ଲାହ । ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପୂର୍ବରୁ ଆଫଗାନିସ୍ତାନ ପାଇଁ ଏହା ଏକ ବଡ଼ ଝଟକା ହୋଇଛି । ଅଧିନାୟକ ହଶମତୁଲ୍ଲାହ ଶାହିଦି ତୁରନ୍ତ ପ୍ରଭାବରୁ ପଦ ଛାଡିବାକୁ ନିଷ୍ପତ୍ତି ଆଫଗାନ୍ କ୍ରିକେଟ ପାଇଁ ଚିନ୍ତାର କାରଣ ହୋଇଛି ।
ଦିନିକିଆ ଫର୍ମାଟରେ ଅଧିନାୟକ ଭାବରେ, ହଶମତୁଲ୍ଲାହ ଶାହିଦିଙ୍କ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ । ଯେଉଁଥିରେ ସେ ୩୩. ୭୯ ହାରରେ ରନ୍ କରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ ରେଟ୍ ୭୦.୭୭ ଥିଲା । ସେ ତାଙ୍କ କ୍ୟାରିୟରର ଏକମାତ୍ର ଶତକ ମଧ୍ୟ ହାସଲ କରିପାରିଥିଲେ, ଯାହା ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଆସିଥିଲା । ୧୩୧ ବଲରେ ୧୦୨ ରନ୍ କରିଥିଲେ । ହଶମତୁଲ୍ଲାହ ଶାହିଦିଙ୍କ ଅଧିନାୟକତ୍ୱରେ, ଆଫଗାନିସ୍ତାନ ଦ୍ୱିପାକ୍ଷିକ ସିରିଜରେ ବାଂଲାଦେଶକୁ ତିନି ଥର, ଜିମ୍ବାୱେକୁ ଦୁଇ ଥର ଏବଂ ଦକ୍ଷିଣ ଆଫ୍ରିକା ଏବଂ ଆୟର୍ଲାଣ୍ଡକୁ ଥରେ ପ୍ରତ୍ୟେକଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲା । ଆୟର୍ଲାଣ୍ଡ ବିପକ୍ଷରେ ଅଗଷ୍ଟ ୫ରୁ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଆଫଗାନିସ୍ତାନ । ଏହା ପୂର୍ବରୁ ଦଳର ନୂଆ ନେତୃତ୍ୱ ଚୟନ କରିବାକୁ ପଡିବ ।
ସୌଜନ୍ୟ ପ୍ରମେୟ




