ଦେଶ ବିଦେଶ

Dharmendra pradhan: ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେନି, ଜନାଦେଶ ପୂରଣ କରିବ ସରକାର: ସରକାରୀ ସୂତ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ରାଜନୈତିକ ଚାପ ବଢ଼ୁଥିବା ବେଳେ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେ ଇସ୍ତଫା ଦେବେ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ନିଜ ଉତ୍ତରଦାୟିତ୍ବରୁ ଓହରିଯିବେ ନାହିଁ।

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ରାଜନୈତିକ ଚାପ ବଢ଼ୁଥିବା ବେଳେ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେ ଇସ୍ତଫା ଦେବେ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ନିଜ ଉତ୍ତରଦାୟିତ୍ବରୁ ଓହରିଯିବେ ନାହିଁ। ଜନସାଧାରଣ ଯେଉଁ ଜନାଦେଶ ଦେଇଛନ୍ତି, ତାହାକୁ ପୂରଣ କରିବା ପାଇଁ ସରକାର ପ୍ରତିବଦ୍ଧ। ଏଭଳି ସମୟରେ ମନ୍ତ୍ରୀଙ୍କୁ ହଟାଇବା ପ୍ରଶ୍ନ ଉଠୁନାହିଁ ବୋଲି ସରକାରୀ ସୂତ୍ରଗୁଡ଼ିକ କହିଛନ୍ତି।

ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ କେନ୍ଦ୍ର କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମୁଖ୍ୟ ଦାବି ହୋଇଛି। ବିରୋଧୀ ଦଳମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇଛନ୍ତି। ଫଳରେ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ଲଗାତାର ବାଧାପ୍ରାପ୍ତ ହେଉଛି। ଶୁକ୍ରବାର ମଧ୍ୟ ବିରୋଧୀ ସାଂସଦମାନେ ‘ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ’ ବୋଲି ସ୍ଲୋଗାନ ଦେଇଥିଲେ। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ମଧ୍ୟ ବିରୋଧୀ ଦଳ ପ୍ରଥମେ ଇସ୍ତଫା, ପରେ ଆଲୋଚନା ଦାବିରେ ଅଡ଼ି ରହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button