ରାଜ୍ୟ

Bahuda Yatra: ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ବାହୁଡ଼ିଲେ ମହାପ୍ରଭୁ

ରାୟଗଡ଼ା ସଦରମହକୁମା ଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଭକ୍ତିମୟ ପରିବେଶ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୫ ହଜାରରୁ ଅଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ମହାସମାରୋହରେ...

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ସଦରମହକୁମା ଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା  ଭକ୍ତିମୟ ପରିବେଶ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୫ ହଜାରରୁ ଅଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଥିଲା। ପୂର୍ବାହ୍ନରେ ମାଉସୀ ମାଆ ମନ୍ଦିରରୁ ପାରମ୍ପରିକ ପହଣ୍ଡି ବିଜେ ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ଼ କରାଯାଇଥିଲା।

ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ରାଜପୁରୋହିତଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ହରିବୋଲ ଓ ଜୟଜଗନ୍ନାଥ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା।  ଏଡିଏମ ନବୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ତହସିଲଦାର ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ପ୍ରିୟଦର୍ଶନୀ ସ୍ୱାଇଁ, ଏଏସପି ସତ୍ୟ ପ୍ରକାଶ ନନ୍ଦ,ଏସଡିପିଓ ଗୌରହରୀ ସାହୁ, ରାଜସ୍ୱ ପରିଦର୍ଶକ ଦେବୀପ୍ରସାଦ ମଲ୍ଲିକ, ଟାଉନ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ରଥଯାତ୍ରାର ସୁପରିଚାଳନା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ।

ପ୍ରତିବର୍ଷ ପରି ଏଥର ମଧ୍ୟ ରଥର ଗୋଟିଏ ପାର୍ଶ୍ୱରୁ ମହିଳା ଏବଂ ଅନ୍ୟ ପାର୍ଶ୍ୱରୁ ପୁରୁଷ ଭକ୍ତମାନେ ରଥ ଟାଣିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button