ରାଜ୍ୟ

4 Poachers Arrested ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ, ବନ୍ଧୁକ, ବିସ୍ଫୋରକ ଜବତ

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବେଆଇନ ଭାବେ ପ୍ରବେଶ କରୁଥିବା ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଏଆଇ କ୍ୟାମେରା ଆଲର୍ଟ ପରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ, ବାରୁଦ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି।

ବାରିପଦା(ବଟକୃଷ୍ଣ ବିହାରୀ): ଶିକାର କରିବା ଉଦ୍ଦେଶ୍ୟର ଶିମିଳିପାଳ ଅଭୟାରଣ୍ୟ ଦକ୍ଷିଣ ବନ୍ୟପ୍ରାଣୀ ଡ଼ିଭିଜନ ଅନ୍ତର୍ଗତ ଜଙ୍ଗଲରେ ବେଆଇନ ଭାବେ ପ୍ରବେଶ କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି।

ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଏବଂ ବନ ବିଭାଗର ମିଳିତ ଚଢ଼ାଉ କରି ଶିକାରୀମାନଙ୍କ ନିକଟରୁ ଦୁଇଟି ଦେଶୀ ହାତ ତିଆରି ବନ୍ଧୁକ ଜବତ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର (ଦକ୍ଷିଣ) ଉପନିର୍ଦ୍ଦେଶକ ସୁମିତ କୁମାର କରଙ୍କ ସୂଚନା ଅନୁସାରେ, ଶିକାରୀମାନେ ଅଭୟାରଣ୍ୟ ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରୁଥିବା ସମୟରେ ଜଙ୍ଗଲରେ ଲଗାଯାଇଥିବା ଏଆଇ  କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଥିଲା । କ୍ୟାମେରା ଆଲର୍ଟ ମିଳିବା କ୍ଷଣି ବନ ବିଭାଗର ସ୍କ୍ୱାଡ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡ଼ିହା ଅଞ୍ଚଳର ବଡ଼ଜୁଣପାଳ ଗ୍ରାମର ଫାଗୁରାମ ଟୁଡୁ (୨୩), ରାମଚନ୍ଦ୍ର କିସ୍କୁ (୫୬), ରଞ୍ଜନ କିସ୍କୁ (୨୬) ଓ ସାନ୍‌ଜୁଣପାଳ ଗ୍ରାମର ବିଶ୍ୱନାଥ ହାଁସଦା (୬୫) ।
ଶିକାରୀମାନଙ୍କ ନିକଟରୁ ଦୁଇଟି ହାତ ତିଆରି ବନ୍ଧୁକ, ବନ୍ଧୁକ ବାରୁଦ, ୨ଟି ହେଡ୍‌ ଟର୍ଚ୍ଚ, କିଛି ମରଣାସ୍ତ୍ର ଏବଂ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button