ରାଜ୍ୟ

Devotee Dies in Puri ପୁଣି ବଡ଼ଦାଣ୍ଡରେ ଅଣନିଃଶ୍ବାସଜନିତ ମୃତ୍ୟୁ

ବାହୁଡ଼ା ଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଅସୁସ୍ଥ ହୋଇପଡ଼ିଥିବା କଟକର ୫୭ ବର୍ଷୀୟ ଭକ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭୁବନେଶ୍ବର/ପୁରୀ: ଆଜି (ଶୁକ୍ରବାର) ବାହୁଡ଼ା ଯାତ୍ରାରେ ପୁଣି ଜଣେ ଭକ୍ତଙ୍କ ଅଣନିଃଶ୍ବାସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନାନୁସାରେ, ସୁଭଦ୍ରା ରଥ ନିକଟରେ କଟକ ଜିଲ୍ଲାର ଅଭିରାମ ଦାସ (୫୭) ହଠାତ୍‌ ଅସୁସ୍ଥହୋଇପଡ଼ିଥିଲେ। ତାଙ୍କୁ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇତିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଅନେକ ଦିନ ଧରି ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ଜଣାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button