ଦେଶ ବିଦେଶ
prahlad Joshi: ଦାୟିତ୍ବ ନେଲେ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରାଳୟ ଅଧିକାରୀଙ୍କ ସହ ପ୍ରଥମ ସମୀକ୍ଷା ବୈଠକ ‘ଏହା ମୋ ପାଇଁ ଏକ ନୂଆ ବିଷୟବସ୍ତୁ’
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଶିକ୍ଷା ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ।

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଶିକ୍ଷା ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ଏହାର ଦିନକ ପରେ ଯୋଶୀ ଆଜି କତ୍ତର୍ବ୍ୟ ଭବନରେ ଔପଚାରିକ ଭାବେ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଦାୟିତ୍ବରେ ରହିଛନ୍ତି।
ସୌଜନ୍ୟ ସମ୍ବାଦ




