ଦେଶ ବିଦେଶ

Gen Z: ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାରେ ଭାରତୀୟ ‘ଜେନ୍‌ ଜେଡ୍‌’ଙ୍କୁ ପ୍ରବଳ ପ୍ରଶଂସା

ଭାରତର ଜେନ୍ ଜେଡ୍‌ ଆନ୍ଦୋଳନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କାରଣ ହୋଇଥିଲା। ଏହି ଆନ୍ଦୋଳନ କେବଳ ଦେଶର ଆକର୍ଷଣ ନୁହେଁ ବରଂ ସୀମା ଡେଇଁ ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି।

ନୂଆଦିଲ୍ଲୀ: ଭାରତର ଜେନ୍ ଜେଡ୍‌ ଆନ୍ଦୋଳନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କାରଣ ହୋଇଥିଲା। ଏହି ଆନ୍ଦୋଳନ କେବଳ ଦେଶର ଆକର୍ଷଣ ନୁହେଁ ବରଂ ସୀମା ଡେଇଁ ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି। ଭାରତୀୟ ଯୁବପିଢ଼ି କିପରି ମାସକ ଧରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଗୋଟିଏ ପ୍ରସଙ୍ଗରେ ଆନ୍ଦୋଳନ କରି ସେମାନଙ୍କ ଲକ୍ଷ୍ୟ ହାସଲ କରିଥିଲେ ତା’ର ପ୍ରଶଂସା କରାଯାଇଥିଲା। ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ନେପାଳରେ ପୂର୍ବରୁ ଜେନ୍‌ ଜେଡ୍‌ ଆନ୍ଦୋଳନ‌ ଦେଖିବାକୁ ମିଳିଥିଲା; କିନ୍ତୁ ଭାରତରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପଡ଼ୋଶୀ ଦେଶମାନଙ୍କ ଯୁବପିଢ଼ିକୁ ଅଧିକ ପ୍ରଭାବିତ କରିଛି। ‘ବିବିସି’କୁ ପାକିସ୍ତାନର ଜଣେ ମହିଳା କହିଛନ୍ତି, ‘କହିଁ ପ୍ୟାର୍‌ ନା ହୋ ଯାଏ….ତୁମେମାନେ ଯଦି ଏ‌ତେ ଭଲ କରିବ ତାହାହେଲେ ମୁଁ ତୁମକୁ କେମିତି ଘୃଣା କରିବି?’ ନେପାଳ ଓ ଶ୍ରୀଲଙ୍କାର ମଧ୍ୟ ଭାରତୀୟ ପ୍ରତିବାଦକାରୀଙ୍କୁ ପ୍ରଶଂସା କରିଛନ୍ତି।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟକୁ ନେଇ ୨୦୨୨ରେ ଛାତ୍ର ଆନ୍ଦୋଳନ ଦେଖାଯାଇଥିଲା। ଏବେ ଶ୍ରୀଲଙ୍କାରେ କାର୍ଟୁନ ଓ ଇନଷ୍ଟାଗ୍ରାମ କାହାଣୀ ମାଧ୍ୟମରେ ଭାରତର କକ୍ରୋଚ ଜନତା ପାର୍ଟିର ପ୍ରତିବାଦ ପ୍ରତିଧ୍ୱନିତ ହୋଇଛି। ଚଳିତ ସପ୍ତାହର ଆରମ୍ଭରେ ଶ୍ରୀଲଙ୍କାର କାର୍ଟୁନିଷ୍ଟ ଅବନ୍ତ ଆର୍ଟିଗାଲା କକ୍ରୋଚକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିପରି ସଂଘର୍ଷ କରୁଛନ୍ତି ତାହାର ଏକ କାର୍ଟୁନ ପୋଷ୍ଟ କରିଥିଲେ। କକ୍ରୋଚ ପାର୍ଟି ନେତୃତ୍ବାଧୀନ ଛାତ୍ର ଆନ୍ଦୋଳନର ଗୋଟିଏ ଛବି ଭାରତ ବାହାରେ ଅଧିକ ପସନ୍ଦ କରାଯାଇଥିଲା, ତାହା ହେଉଛି ମୁମ୍ବାଇରେ ଜଣେ ଯୁବତୀ କିପରି ରାସ୍ତା ଉପରେ ପୁଲିସ ଭ୍ୟାନ ଉପ‌ରେ ଗୋଟିଏ ହାତ ରଖି ଏହାକୁ ରୋକିବାକୁ ଚେଷ୍ଟା କରୁଥିଲେ। ଆ‌ନ୍ଦୋଳନକାରୀଙ୍କୁ ଗିରଫ କରି ନେଇଯାଉଥିବା ପୁଲିସ ଭ୍ୟାନକୁ ଅଟକାଇବାରେ ରିୟା ଅହିରଙ୍କ ଚିତ୍ର ଯୁକ୍ତିଯୁକ୍ତ ଭାବରେ ଛାତ୍ର ଆନ୍ଦୋଳନକୁ ପରିଭାଷିତ କରିଛି। ଅନେକ ଏହାକୁ ଚୀନର ତିଆନାନମେନ ସ୍କୋୟାର ନିକଟରେ ୧୯୮୯ ମସିହାରେ ନିର୍ମିତ ପ୍ରତୀକାତ୍ମକ ”ଟ୍ୟାଙ୍କ୍ ମ୍ୟାନ୍” ଫଟୋଗ୍ରାଫ ସହିତ ତୁଳନା କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button