ଦେଶ ବିଦେଶ

Question paper leaks: ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ପ୍ରୟାସ: ପରୀକ୍ଷା ସଂସ୍କାର ପାଇଁ ଟାସ୍କଫୋର୍ସ, ନନ୍ଦନ ନିଲେକାନି ଅଧ୍ୟକ୍ଷ

ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ କକ୍ରୋଚ୍‌ ଜନତା ପାର୍ଟିର ଆନ୍ଦୋଳନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ କକ୍ରୋଚ୍‌ ଜନତା ପାର୍ଟିର ଆନ୍ଦୋଳନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି।

ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ନିରବଚ୍ଛିନ୍ନ ଭାବେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନେ ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି ସେମାନେ ଜେଲ୍‌ରେ ଅଛନ୍ତି। ଆମେ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ଗଠନ କରି ସାରିଛୁ। ସଂସଦରେ ଅଧିକ କଠୋର ଆଇନ ପ୍ରଣୟନ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ। ଏହା ସତ୍ତ୍ବେ ଆମକୁ ଭବିଷ୍ୟତ ଦେଖିବାକୁ ହେବ। ଆମର ପରୀକ୍ଷା ବ୍ୟବସ୍ଥା ବିଶ୍ବସନୀୟ ଓ ସ୍ବଚ୍ଛ ହେବା ଆବଶ୍ୟକ। ଏଥିରେ ସର୍ବାଧିକ ମାତ୍ରାରେ ପ୍ରଯୁକ୍ତିର ବ୍ୟବହାର ହେବା ଦରକାର। ଏସବୁ ବିଷୟକୁ ଦୃଷ୍ଟିରେ ରଖି ଆମେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନେଇଛୁ। ଏହି ଟାସ୍କଫୋର୍ସ ପରୀକ୍ଷା ସଂସ୍କାର ଉପରେ ଗୁରୁତ୍ବ ଦେବ। ଟାସ୍କଫୋର୍ସର ରିପୋର୍ଟ ଆଧାରରେ ଯଥାଶୀଘ୍ର ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକର ବିଶ୍ବସନୀୟତାକୁ ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଟାସ୍କଫୋର୍ସରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏସ୍‌ ସୋମନାଥ, ଆଇବିର ପୂର୍ବତନ ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନୀତା କରୱାଲ ଏବଂ ଲଜିଷ୍ଟିକ୍ସ ବିଶେଷଜ୍ଞ ଅମୃତ ଲାଲ୍‌ ମୀନା ରହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button