ରାଜ୍ୟ
Theft : ମା’ଗିରିଙ୍ଗେଶ୍ୱରୀ ମନ୍ଦିରରୁ ବଡ଼ ଧରଣର ଲୁଟ୍, ହୁଣ୍ଡି ଭାଙ୍ଗି ଟଙ୍କା ଏବଂ ବହୁ ପିତଳ ସାମଗ୍ରୀ ଚୋରି
ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ପ୍ରସିଦ୍ଧ ମା 'ଗିରିଙ୍ଗେଶ୍ୱରୀ ମନ୍ଦିରରୁ ଗତକାଲି ବଡ଼ ଧରଣର ଚୋରି ହୋଇଛି| ଦୁର୍ବୃତ୍ତମାନେ ମାଙ୍କ ମନ୍ଦିର ଫାଟକ ସହ ୬ ବଖରା ଘର ଭାଙ୍ଗି ଲୁଟପାଟ କରିଛନ୍ତି |

ବାଲିପାଟଣା: ଭୁବନେଶ୍ୱର କମିସନରେଟପୁଲିସ ଅଧୀନ ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ପ୍ରସିଦ୍ଧ ମା ‘ଗିରିଙ୍ଗେଶ୍ୱରୀ ମନ୍ଦିରରୁ ଗତକାଲି ବଡ଼ ଧରଣର ଚୋରି ହୋଇଛି| ଦୁର୍ବୃତ୍ତମାନେ ମାଙ୍କ ମନ୍ଦିର ଫାଟକ ସହ ୬ ବଖରା ଘର ଭାଙ୍ଗି ଲୁଟପାଟ କରିଛନ୍ତି | ମନ୍ଦିର ହୁଣ୍ଡି ଭାଙ୍ଗି ନଗଦ ୧୦ ହଜାରରୁ ଅଧିକ ଟଙ୍କା ଏବଂ ପୂଜାରେ ବ୍ୟବହୃତ ପିତଳ ଦୀପ ଷ୍ଟାଣ୍ଡ , ପିତଳ ବାଲଟି, ୨ ଟି ପିତଳ ଢାଳ ଲୁଟ କରିଛନ୍ତି |
ସୌଜନ୍ୟ ସମ୍ବାଦ




