ଦେଶ ବିଦେଶ

Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଛି। ଇରାନ ଏବଂ ଆମେରିକା ପରସ୍ପରର ଘାଟି ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ତେବେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ବିଶ୍ୱକୁ ଚକିତ କରିଦେଇଛି। ଦାବି କରାଯାଉଛି ଯେ, ଚୀନ୍ ଏହି ଯୁଦ୍ଧରେ ଇରାନକୁ ସହାୟତା କରୁଛି।

ୱାସିଂଟନ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଛି। ଇରାନ ଏବଂ ଆମେରିକା ପରସ୍ପରର ଘାଟି ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ତେବେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ବିଶ୍ୱକୁ ଚକିତ କରିଦେଇଛି। ଦାବି କରାଯାଉଛି ଯେ, ଚୀନ୍ ଏହି ଯୁଦ୍ଧରେ ଇରାନକୁ ସହାୟତା କରୁଛି। ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ଯୋଗାଇଛି।

ଯୁଦ୍ଧ ଆହୁରି ବଢ଼ିବାର ଆଶଙ୍କା

ଏହି ଦାବି ପରେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ରିପୋର୍ଟ ଉପରେ ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି ଯେ,ଯଦି ଏପରି ହୋଇଥାଏ ତେବେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଖବର ହେବ।ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମୋତେ କହିଥିଲେ ଯେ, ସେ ଏଥିରେ ସାମିଲ ହେବେ ନାହିଁ। କିନ୍ତୁ ସେ ଜାଣିଛନ୍ତି ଯେ ଯଦି ଏଭଳି ହୋଇଥାଏ ତେବେ ମୁଁ ବହୁତ ନିରାଶ ହେବି। ଟ୍ରମ୍ପ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଦୌଡ଼ ପ୍ରସଙ୍ଗରେ ଚୀନ୍‌କୁ ଟାର୍ଗେଟ କରି କହିଛନ୍ତି, ଆମେ ଏକ୍ଷେତ୍ରରେ ଚୀନ୍‌ଠାରୁ ବହୁ ଆଗରେ।

ଚୀନ୍‌ରେ ଏହା ଉପରେ ପ୍ରାୟ କୌଣସି ନିୟନ୍ତ୍ରଣ ନାହିଁ। ସେଠାରେ କୌଣସି ବାଧା ବିନା କାମ ଚାଲିଛି। ତେଣୁ, ଆମକୁ ଉଭୟ ପାର୍ଶ୍ୱରେ ସତର୍କ ରହିବାକୁ ପଡିବ। ଆମେ ସେମାନଙ୍କ ଉପରେ ଏପରି ପ୍ରତିବନ୍ଧକ ଲଗାଇବାକୁ ଚାହୁଁନାହୁଁ ଯାହା ଦ୍ବାରା ହଠାତ୍ ଚୀନ୍ ପଛରେ ପଡ଼ିଯିବ। ଯିଏ ଏଆଇ ଦୌଡ଼ ଜିତିବ ସେ ହିଁ ବିଜୟୀ ହେବ। ଏହି ପ୍ରସଙ୍ଗ ବହୁ ଗୁରୁତ୍ୱପୂର୍ଣ୍ଣ। ମୁଁ ସେମାନଙ୍କୁ ମହାନ କାମ କରିବାରୁ ରୋକିବାକୁ ଚାହୁଁନାହିଁ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button