Accident: ଏସ୍ୟୁଭି ଦୁର୍ଘଟଣାରେ ଆର୍ମି ମେଜରଙ୍କ ମୃତ୍ୟୁ; ଅନ୍ୟ ୨ ଅଧିକାରୀ ଆହତ
ଜୈସଲମେର ଜିଲ୍ଲା ମୁଖ୍ୟାଳୟଠାରୁ ୬ କିମି ଦୂର ୱାର୍ ମ୍ୟୁଜିୟମ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁଲିସ ଅନୁଯାୟୀ ରାସ୍ତା ଉପରକୁ ଏକ ଓଟ ହଠାତ୍ ଚାଲି ଆସିବା ଫଳରେ ଡ୍ରାଇଭର୍ ଗାଡ଼ି ଅଟକାଇବାପାଇଁ ସମୟ ପାଇନଥିଲେ । ଗାଡ଼ିଟି ଓଟ ଉପରକୁ ମାଡ଼ି ଯାଇ ପ୍ରାୟ ୫ ପର ପଲଟିବାପରେ ୧୦୦ ମିଟର ଦୂରରେ ପଡ଼ିଥିଲା ।

ଜୟପୁର : ରାଜସ୍ଥାନର ଜୈସଲମେର ସାମରିକ ଘାଟି ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୩୦ ବର୍ଷୀୟ ଆର୍ମି ମେଜରଙ୍କର ମୃତ୍ୟୁ ହୋଇଛି ଏବଂ ଲେଫ୍ଟନାଣ୍ଟ ରାଙ୍କ୍ର ଅନ୍ୟ ୨ ଅଧିକାରୀ ଆହତ ହୋଇଛନ୍ତି । ମୃତ ଅଫିସର୍ ହେଉଛନ୍ତି ମେଜର ହମ୍ଜା ଆରିଫ । ସେ ମଧ୍ୟପ୍ରଦେଶ ଇନ୍ଦୋର ବାସିନ୍ଦା । ଗତ କିଛି ମାସ ପୂର୍ବେ ସେ ବିବାହ କରିଥିଲେ ।
ଜୈସଲମେର ଜିଲ୍ଲା ମୁଖ୍ୟାଳୟଠାରୁ ୬ କିମି ଦୂର ୱାର୍ ମ୍ୟୁଜିୟମ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁଲିସ ଅନୁଯାୟୀ ରାସ୍ତା ଉପରକୁ ଏକ ଓଟ ହଠାତ୍ ଚାଲି ଆସିବା ଫଳରେ ଡ୍ରାଇଭର୍ ଗାଡ଼ି ଅଟକାଇବାପାଇଁ ସମୟ ପାଇନଥିଲେ । ଗାଡ଼ିଟି ଓଟ ଉପରକୁ ମାଡ଼ି ଯାଇ ପ୍ରାୟ ୫ ପର ପଲଟିବାପରେ ୧୦୦ ମିଟର ଦୂରରେ ପଡ଼ିଥିଲା । ଏହି ଘଟଣାରେ ଆର୍ମି ମେଜରଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗାଡ଼ିରୁ ୩ ଅଧିକାରୀଙ୍କୁ କାଢ଼ିଥିଲେ । ସେମାନଙ୍କୁ ସେନା ହସ୍ପିଟାଲ୍ ପଠାଯାଇଥିଲା ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ମେଜର ଆରିଫଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ୨ ଆହତ ଅଫିସର୍ ହେଉଛନ୍ତି ଲେଫ୍ଟନାଣ୍ଟ ଅଭିନାବ ରାଠୋର ଏବଂ ଲେଫ୍ଟନାଣ୍ଟ ଆୟୁଷ୍ମାନ ଗୁସେନ୍ । ସେମାନେ ଏବେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କିଛି ସ୍ପଷ୍ଟ କରାଯାଇନାହିଁ ।
ସୌଜନ୍ୟ ସମ୍ବାଦ




