ରାଜ୍ୟ
Accident: ବାଇକ୍କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ୍; ଦୁଇ ବାଇକ୍ ଆରୋହୀ ଗୁରୁତର, ୫ ଆହତ
ଏକ ଘରୋଇ ଯାତ୍ରୀବାହୀ ବସ୍ ସାମ୍ନାପଟୁ ଆସୁଥିବା ଏକ ଏକ୍ସଏଲ୍ ବାଇକ୍କୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇ ରାସ୍ତାର ବାମପାର୍ଶ୍ୱ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ବାଇକ୍ରେ ଥିବା ଦୁଇ ଆରୋହୀ ଗୁରୁତର ଆହତ ହୋଇଥିଲେ।

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଗଣ୍ଡା ଗାଁ ନିକଟ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବ୍ରହ୍ମପୁରରୁ ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିବା ‘ବିକ୍ରାନ୍ତ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସାମ୍ନାପଟୁ ଆସୁଥିବା ଏକ ଏକ୍ସଏଲ୍ ବାଇକ୍କୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇ ରାସ୍ତାର ବାମପାର୍ଶ୍ୱ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ବାଇକ୍ରେ ଥିବା ଦୁଇ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୌଜନ୍ୟ ସମ୍ବାଦ




