ଦେଶ ବିଦେଶ

Missing Indian Seafarers: ଦୁଇ ଭାରତୀୟ ନାବିକଙ୍କ ପତ୍ତା ମିଳିଲା ନାହିଁ, ସୁପ୍ରିମ୍‌କୋର୍ଟଙ୍କୁ କେନ୍ଦ୍ରର ସୂଚନା

ୟୁକ୍ରେନ୍‌ ନିକଟ କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିବା ଏକମାଲବାହୀ ଜାହାଜରୁ ନିଖୋଜ ହୋଇଥିବା ଦୁଇ ଭାରତୀୟ ନାବିକଙ୍କୁ ବ୍ୟାପକ ଖୋଜାଖୋଜି ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କର ପତ୍ତା ମିଳିନାହିଁ ବୋଲି କେନ୍ଦ୍ର ସରକାର ଶୁକ୍ରବାର...

ନୂଆଦିଲ୍ଲୀ: ୟୁକ୍ରେନ୍‌ ନିକଟ କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିବା ଏକମାଲବାହୀ ଜାହାଜରୁ ନିଖୋଜ ହୋଇଥିବା ଦୁଇ ଭାରତୀୟ ନାବିକଙ୍କୁ ବ୍ୟାପକ ଖୋଜାଖୋଜି ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କର ପତ୍ତା ମିଳିନାହିଁ ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ୟୁକ୍ରେନ୍‌ ଓ ରୋମାନିଆ କର୍ତ୍ତୃପକ୍ଷଙ୍କ ସହଯୋଗରେ ସ୍ଥଳ, ଜଳ ଓ ଆକାଶପଥରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚାଲିଥିଲେ ମଧ୍ୟ ଉଭୟଙ୍କର କୌଣସି ସନ୍ଧାନ ମିଳିନାହିଁ।

ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ, ସମ୍ପୃକ୍ତ ଜାହାଜ ଉପରେ ଆକ୍ରମଣ ପରେ ୟୁକ୍ରେନ୍‌ ଓ ରୋମାନିଆର ସମୁଦ୍ର ସୁରକ୍ଷା ସଂସ୍ଥା, ଭାରତୀୟ ଦୂତାବାସ ଓ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଲଗାତାର ଖୋଜାଖୋଜି ଚାଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଦୁଇ ନାବିକଙ୍କ ଅବସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହି ଘଟଣା ଜୁଲାଇ ଶେଷ ସପ୍ତାହରେ ଘଟିଥିଲା। ପଲାଉ ପତାକାଧାରୀ ମାଲବାହୀ ଜାହାଜ ‘ଏମ୍‌ଭି ଏଜିଏନ୍‌ ରାଗ୍ନାର’ ୟୁକ୍ରେନ୍‌ର ଡାନ୍ୟୁବ୍‌ ନଦୀ ମୁହାଣର ବିସ୍ତ୍ରେ ଚ୍ୟାନେଲ୍‌ ନିକଟରେ ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିଲା।

ସେତେବେଳେ ଜାହାଜରେ ଥିବା ଦୁଇ ଭାରତୀୟ ନାବିକ ଚନ୍ଦ୍ର ରାମ ଦୁବେ ଓ ଦୀପକ କୁମାର ଗୁପ୍ତା ନିଖୋଜ ହୋଇଯାଇଥିଲେ। ଅନ୍ୟ ଦୁଇ ଭାରତୀୟ ନାବିକଙ୍କ ସମେତ ଅବଶିଷ୍ଟ କ୍ରୁ ସଦସ୍ୟମାନଙ୍କୁ ୟୁକ୍ରେନ୍‌ ତଟରକ୍ଷୀ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏହାପୂର୍ବରୁ ସୋମବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଏବଂ ୟୁକ୍ରେନ୍‌ ଓ ରୋମାନିଆସ୍ଥିତ ଭାରତୀୟ ଦୂତାବାସକୁ ତୁରନ୍ତ ପଦକ୍ଷେପ ନେଇ ନିଖୋଜ ନାବିକମାନଙ୍କ ସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଶୁକ୍ରବାର କେନ୍ଦ୍ର ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ, ସମ୍ଭବମତ ସବୁ ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ। ତଥାପି ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଜାରି ରହିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button